ଭାରତୀୟ ଡାକ୍ତରଙ୍କ ପାଇଁ ସେମିଫାଇନାଲ ଖେଳିଥିଲେ ମହମ୍ମଦ ରିଜଓ୍ୱାନ

1 min read

ଦୁବାଇ: ଚଳିତ ବିଶ୍ବକପରେ ଦ୍ବିତୀୟ ସେମିଫାଇନାଲ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟଲାଭ କରି ଫାଇନଲ ଟିକେଟ ହାସଲ କରିଥିଲା । କିନ୍ତୁ ଏହି ମ୍ୟାଚ ପୂର୍ବରୁ ପାକିସ୍ତାନକୁ ଲାଗିଥିଲା ଏକ ବଡ଼ ଝଟକ୍କା । ମ୍ୟାଚ ପୂର୍ବରୁ ପାକିସ୍ତାନ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଫୁସଫୁସରେ ସଂକ୍ରମଣ ହେତୁ ଦୁଇ ରାତି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପାକିସ୍ତାନ ଦଳର ବ୍ୟାଟିଂ କୋଚ ମ୍ୟାଥ୍ୟୁ ହେଡେନ ପ୍ରେସ କନଫରମେନ୍ସରେ ଏହା କହିଥିଲେ । ତେବେ ଆଇସିୟୁରେ ଥିବା ରିଜଓ୍ବାନଙ୍କ ଚିକିତ୍ସା ଭାରତୀୟ ଡାକ୍ତର ସାହିର ସାଇନାଲବଦୀନ କରିଥିଲେ । ଏହା ପରେ ସେ ସୁସ୍ଥ ହୋଇ ମ୍ୟାଚ ଖେଳିବାକୁ ପାକିସ୍ତାନ ଟିମ୍ ସହ ଯୋଗ ଦେଇଥିଲେ । ରିଜଓ୍ବାନ ଯେତେବେଳେ ପୂରା ସୁସ୍ଥ ହୋଇଯାଇଥିଲେ ସେ ତାଙ୍କ ଜର୍ସି ଭାରତୀୟ ଡାକ୍ତରଙ୍କୁ ପ୍ରଦାନ କରିଥିଲେ ।

ଅନ୍ୟପକ୍ଷରେ ମହମ୍ମଦ ରିଜଓ୍ବାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସାହିର ସାଇନାଲବଦୀନ ଖଲୀଜ ଟାଇମ୍ସକୁ କହିଥିଲେ କି ରିଜଓ୍ବାନ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ସେମିଫାଇନାଲ ଖେଳିବାକୁ ଚାହୁଁଥିଲେ । ସେ ବହୁତ ଶକ୍ତିଶାଳୀ ଓ ଆତ୍ମବିଶ୍ବାସୀ ଥିଲେ । ସେ ଯେପରି ଭାବରେ ସୁସ୍ଥ ହେଲେ ତାହାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି । ସେମିଫାଇନାଲ ପୂର୍ବରୁ ସୁସ୍ଥ ହେବା ଓ ଏହା ପରେ ନିଜର ଫିଟନେସ ହାସଲ କରିବା ଆଶାଠାରୁ ଅଧିକ ଦେଖାଯାଉଥିଲା ।ସାଧାରଣତଃ କେହି ଜଣେ ସୁସ୍ଥ ହେବା ପାଇଁ ୫ରୁ ୭ ଦିନ ସମୟ ଲାଗିଥାଏ । ସେ ଆହୁରି କହିଛନ୍ତି କି ରିଜଓ୍ବାନ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଜ୍ବରରେ ପୀଡିତ ଥିଲେ । ଜ୍ବର ସହ କ୍ରମାଗତ ଭାବରେ କାଶ ଓ ଛାତି ଯନ୍ତ୍ରଣାରେ ପୀଡିତ ଥିଲେ । ଆମେ ତୁରନ୍ତ ତାଙ୍କୁ ସ୍ଥିର କଲୁ ଏବଂ ତାଙ୍କ ଯନ୍ତ୍ରଣା କମ୍ କରିବାକୁ ତାଙ୍କୁ ଔଷଧ ଦେଇଥିଲୁ । ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ତାଙ୍କ ଯନ୍ତ୍ରଣା ୧୦/୧୦ ରହିଥିଲା । ତେବେ ଲଗାତର ଯନ୍ତ୍ରଣା ଓ ସମସ୍ୟା କାରଣରୁ ତାଙ୍କୁ ଆମେ ଆଇସିୟୁକୁ ସ୍ଥାନାନ୍ତର କରାଯାଥିଇଲା । ସେ ହସ୍ପିଟାଲରେ ୩୫ ଘଣ୍ଟା ରହିଥିଲେ । କିନ୍ତୁ ତାଙ୍କ ମନରେ କେବଳ ଗୋଟିଏ କଥା ଥିଲା ଯେ ସେ କିପରି ସେମିଫାଇନାଲ ମୁକାବିଲା ଖେଳିବେ ।

ତେବେ ଆଇସିୟୁରୁ ଆସି ସେମିଫାଇନାଲ ମ୍ୟାଚରେ ୬୭ ରନ କରିଥିଲେ ରିଜଓ୍ବାନ । ତେବେ ଏହି ସେମିଫାଇନାଲ ପୂର୍ବରୁ ରିଜଓ୍ବାନଙ୍କ କୋରନା ଟେଷ୍ଟ କରାଯାଇଥିଲା । ଯେଉଁଥିରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଟସ୍ ସମୟରେ ଜଣାପଡ଼ିଥିଲା କି ରିଜଓ୍ବାନ ଖେଳିବା ପାଇଁ ପୂରା ଫିଟ୍ ଅଛନ୍ତି । ବ୍ୟାଟିଂ କରୁଥିବା ସମୟରେ ଲାଗୁନଥିଲା କି ଏହି ଖେଳାଳି ଗତରାତିରେ ଆଇସିୟୁରେ ଭର୍ତ୍ତି ଥିଲେ । ଯଦିଓ ସେମିଫାଇନାଲ ମ୍ୟାଚରେ ପରାଜୟ ବରଣ କରିଥିଲା ପାକିସ୍ତାନ । କିନ୍ତୁ ଏହି ମ୍ୟାଚରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ ମହମ୍ମଦ ରିଜଓ୍ବାନ । ଟି-୨୦ ଫର୍ମାଟରେ ଏକ କ୍ୟାଲେଣ୍ଡର ବର୍ଷରେ ରିଜଓ୍ବାନ ୧ ହଜାର ରନ ସଂଗ୍ରହ କରିଥିଲେ । ବିଶ୍ବର ପ୍ରଥମ ଖେଳାଳି ଭାବରେ ରିଜଓ୍ବାନ ଗୋଟିଏ ବର୍ଷରେ ଟି-୨୦ରେ ଏକ ହଜାର ରନ ସଂଗ୍ରହ କରିଛନ୍ତି ।

Leave a Reply