spot_img

Latest Posts

କଂଗ୍ରେସରେ ଇସ୍ତଫାର ସୁଅ: ଭକ୍ତଙ୍କୁ ଟାର୍ଗେଟ କଲେ ମୋକିମଙ୍କ ସମର୍ଥକ

କଂଗ୍ରେସରେ ଇସ୍ତଫାର ସୁଅ । ଭକ୍ତଙ୍କୁ ଟାର୍ଗେଟ କଲେ ମୋକିମଙ୍କ ସମର୍ଥକ । ପିସିସିର ପ୍ରଶ୍ନ, କାହା ସ୍ବାର୍ଥରେ ଇସ୍ତଫା ? ଯାହା ଲାଗୁଛି ପିସିସି ସଭାପତିଙ୍କ ଉପରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ରାଗ ଥମିନାହିଁ । ନିଜର ସମର୍ଥକଙ୍କ ଜରିଆରେ ପୁଣି ରାଜ୍ୟ କଂଗ୍ରେସ ମଙ୍ଗୁଆଳଙ୍କୁ କରିଛନ୍ତି ନିଶାଣ । ରାଜ୍ୟ କଂଗ୍ରେସର ନେତୃତ୍ବକୁ ଅପାରଗ ଦାୟୀ କରି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସମୂହ ଇସ୍ତଫା ଦେଇଛନ୍ତି ୪୧ ଜଣ କଂଗ୍ରେସ ନେତା । ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି, ମହିଳା କଂଗ୍ରେସ ସମ୍ପାଦକ, ଯୁବ ଓ ଛାତ୍ର କର୍ମକର୍ତ୍ତା। ରାଜଧାନୀରେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ସମୂହ ଇସ୍ତଫା ଘୋଷଣା କରିଛନ୍ତି । ଇସ୍ତଫା ପରେ ଜଣକ ପରେ ଜଣେ ନେତା ସିଧା ପିସିସି ସଭାପତିଙ୍କୁ ଟାର୍ଗେଟ କରିଛନ୍ତି ।

୪୧ ଜଣ ନେତା ଏକକାଳୀନ କଂଗ୍ରେସରୁ ଇସ୍ତଫା ଦେବାକୁ କିନ୍ତୁ ହାଲକା ଭାବେ ନେଇଛି ଦଳ । ଦଳର ମୁଖପାତ୍ର ରଜନୀ ମହାନ୍ତିଙ୍କ ଯୁକ୍ତି ହେଉଛି କଂଗ୍ରେସ ଏକ ଜାତୀୟ ପାର୍ଟି । ଯଦି ରାଜ୍ୟ ନେତୃତ୍ବକୁ ନେଇ କିଛି ଅଭିଯୋଗ ଥିଲା, ତେବେ ଇସ୍ତଫା ଦେଇଥିବା ନେତାମାନେ କେନ୍ଦ୍ର ନେତୃତ୍ବକୁ ଜଣାଇପାରିଥାନ୍ତେ । ଏ ସମୂହ ଇସ୍ତଫା କେବଳ ବ୍ୟକ୍ତି ବିଶେଷ ପାଇଁ ଉଦ୍ଦିଷ୍ଟ । କଂଗ୍ରେସରୁ ବହିଷ୍କୃତ ହେବା ପରେ ମହମ୍ମଦ ମୋକିମଙ୍କୁ ନେଇ ଦଳ ଭିତରେ ଝଡ଼ ଥମୁନାହିଁ । ଯାହାକୁ ନେଇ ମୁହାଁମୁହିଁ ପିସିସି ଓ ମୋକିମ ଗୋଷ୍ଠୀ ।

Latest Posts

Don't Miss