ପାକିସ୍ତାନୀ ମିଡିଆକୁ ସାମିଙ୍କ କଡ଼ା ଜବାବ , କହିଲେ..

ନୂଆଦିଲ୍ଲୀ: ଚଳିତ ବିଶ୍ବକପରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା କରାଯାଉଥିବାବେଳେ ପାକିସ୍ତାନୀ ଗଣମାଧ୍ୟମରେ ସମାଲୋଚନା କରାଯାଉଛି । ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ମଧ୍ୟ ଭାରତର ପ୍ରଦର୍ଶନ ଏବଂ ବିଜୟକୁ ସହ୍ୟ କରିପାରୁନାହାନ୍ତି । ସମାଲୋଚନା କରିବା ସହ କହିଛନ୍ତି କି, ଭାରତୀୟ ବୋଲରମାନେ କାହିଁକି ଏଭଳି ଭଲ ପ୍ରଦର୍ଶନ କରୁଛନ୍ତି । ପିଚରେ କିଛି ଗଡ଼ବଡ଼ କରୁଛନ୍ତି । ଏପରିକି ଭାରତୀୟ ବୋଲରମାନେ ଯେତେବେଳେ ବୋଲିଂ କରନ୍ତି ସେତେବେଳେ ବଲ ପରିବର୍ତ୍ତନ କରାଯାଉଛି । ଭାରତୀୟ ବୋଲରଙ୍କୁ ଏଭଳି ବଲ ଦିଆଯାଉଛି କି, ଯେପରି ଏହା ଅଧିକ ସ୍ପିଡ୍ ହେବା ସହ ସ୍ବିଙ୍ଗ୍ ହେଉଛି । ମାତ୍ର ଏହି ସ୍ବତନ୍ତ୍ର ବଲ ବିଦେଶୀ ଖେଳାଳିଙ୍କୁ ଦିଆଯାଉନାହିଁ । ଯେଉଁ କାରଣରୁ ବଡ଼ ବଡ଼ ବିଦେଶୀ ବୋଲରମାନେ ମଧ୍ୟ ଭାରତୀୟ ପିଚରେ ମାତ ଖାଉଛନ୍ତି ।

ପାକିସ୍ତାନୀ ମିଡିଆର ଏଭଳି ସମାଲୋଚନାକୁ ନେଇ କଡ଼ା ଜବାବ ଦେଇଛନ୍ତି ଭାରତୀୟ ଦୃତ ବୋଲର ମହମ୍ମଦ ସାମି । ଇନଷ୍ଟାଗ୍ରାମରେ ସେ ଏକ ଷ୍ଟୋରୀ ମାଧ୍ୟମରେ ସମାଲେଚନା କରିଛନ୍ତି । ସେ ଲେଖିଛନ୍ତି କି, ଲଜ୍ଜା ବନ୍ଧୁ, ଖେଳ ଉପରେ ଧ୍ୟାନ ଦିଅନ୍ତୁ । ଫାଲତୁ ବକବାଜ ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ଅନ୍ୟମାନଙ୍କ ସଫଳତାକୁ କିଛି ସମୟ ଉପଭୋଗ କରନ୍ତୁ । ଏହାସହ ଲେଖିଛନ୍ତି କି, ଏହା ହେଉଛି ଆଇସିସି ବିଶ୍ବକପ । ତୁମର ଲୋକାଲ ଟୁର୍ଣ୍ଣାମେଣ୍ଟ ନୁହେଁ । ଓ୍ବାସିମ ଭାଇ ତୁମ ଖେଳାଳିଙ୍କୁ ପୂର୍ବରୁ ଏକ୍ସପ୍ଲେନ କରିଛନ୍ତି ।  କିନ୍ତୁ ତୁମ ଖେଳାଳିମାନେ ତାଙ୍କୁ ବିଶ୍ବାସ କରୁନାହାନ୍ତି । ଏପରିକି ସାମି ପୋଷ୍ଟ କରିଥିବା ଷ୍ଟୋରୀରେ ଅନେକ ସ୍ଥାନରେ ହସୁଥିବାର ଇମୋଜି ମଧ୍ୟ ଦେଇଛନ୍ତି । ସାମିଙ୍କ ଏହି ଷ୍ଟୋରୀ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ୟୁଜର୍ସମାନେ ଲାଇକ୍ କରିବା ସହ ପାକିସ୍ତାନ ଟିମ ସହ ଗଣମାଧ୍ୟମକୁ ନିନ୍ଦା କରିବା ଭଳି କମେଣ୍ଟମାନ ଦେଉଛନ୍ତି ।