ଦିଦିଙ୍କ ବିରୋଧରେ ଆରମ୍ଭ ହୋଇଛି ବିଜେପିର ରଣନୀତି, ଗତକାଲି ଜେପି ନଡ୍ଡା ଆଜି ମୋଦି

କୋଲକତା: ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ଉଷ୍ମ ହେଉଛି ରାଜନୀତି । ଶାସକ ଟିଏମସିକୁ ଟକ୍କର ଦେବାକୁ ପୂରା ଦମରେ ଲାଗି ପଡିଛି ବିଜେପି । ପଶ୍ଚିମବଙ୍ଗରେ ଘନ ଘନ ପ୍ରଚାର ସାଙ୍ଗକୁ ଦିଦିଙ୍କ ବିରୋଧରେ ଆରମ୍ଭ ହୋଇଛି ରଣନୀତି । ଗତକାଲି ପଶ୍ଚିମବଙ୍ଗ ଗସ୍ତ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେହିପରି ଆଜି କୋଲକାତା ଓ ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ।

ଆଗକୁ ଦୁଇଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ମୋଦିଙ୍କ ଗସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି । ଦୁଇଟି ରାଜ୍ୟରେ ମୋଦି କିଛି ଯୋଜନାର ଶିଳାନ୍ୟାଶ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ପ୍ରଧାନମନ୍ତ୍ରୀ ଅସାମ ଯିବେ । ଆସାମର ସୋନିତପୁରରେ ଦୁଇଟି ହସ୍ପିଟାଲର ଶିଳାନ୍ୟାଶ ସହ ‘ଅସୋମ ମାଲା’ ଯୋଜନାର ଶୁଭାରମ୍ଭ କରିବେ  । ପରେ ମୋଦି ପଶ୍ଚିମବଙ୍ଗ ଗସ୍ତରେ ଯିବେ ।

ସଂଧ୍ୟାର ମୋଦି ପଶ୍ଚିମବଙ୍ଗର ହାଲଦିଆରେ ଏକ ଜନସଭାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି  । ତେବେ କାର୍ଯ୍ୟକ୍ରମକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି  । ସେପଟେ ଗତକାଲିଠାରୁ ପଶ୍ଚିମବଙ୍ଗରେ ଜନ ସମର୍ଥନ ଯାତ୍ରାର ଶୁଭାରମ୍ଭ କରିଛି ଟିଏମସି । ନଦିଆ ଜିଲ୍ଲାରୁ ଦୁଇ ଦିନିଆ ଜନ ସମର୍ଥନ ଯାତ୍ରା କରିଛି ତୃଣମୂଳ କଂଗ୍ରେସ । ଏହି ଜନ ସମର୍ଥନ ଯାତ୍ରା ଛପ୍ରାରୁ ଆରମ୍ଭ ହୋଇ ତ୍ରିବେଣୀ, କୃଷ୍ଣନଗର ଦେଇ ପଲାଶିରେ ଶେଷ ହେବ ।

Leave a Reply