ରାହୁଲଙ୍କୁ ମୋଦୀଙ୍କ କଟାକ୍ଷ, ମୋଦୀଙ୍କୁ କଂଗ୍ରେସର ସମାଲୋଚନା
1 min readନନ୍ଦିଘୋଷ ବ୍ୟୁରୋ: ଦେଶରେ ଜାରି ରହିଛି ନିର୍ବାଚନୀ ଉଷ୍ମତା । ଉଭୟ ସରକାର ଏବଂ ବିରୋଧୀ ଦଳ ସରକାର ଗଢ଼ିବା ପାଇଁ ପରସ୍ପରକୁ କଡ଼ା ସମାଲୋଚନା କରୁଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି କି, ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାହୁଲ କାହିଁକି ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀଙ୍କ ନାମ ନେଉ ନାହାନ୍ତି । ପୂର୍ବରୁ ଏମାନଙ୍କ ନାମ ନେଇ ବାରମ୍ବାର ସମାଲୋଚନା କରୁଥିବା ରାହୁଲ ହଠାତ କାହିଁକି ଏଭଳି ଏହି ପ୍ରସଙ୍ଗରେ ଚୁପ୍ ହୋଇ ଯାଇଛନ୍ତି । ତେବେ ମୋଦୀଙ୍କ ଏହି ପ୍ରତିକ୍ରିୟା ପରେ ଟ୍ବିଟ୍ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲେଖିଛନ୍ତି କି, ବନ୍ଧୁ ଏବେ ବନ୍ଧୁ ନୁହେଁ । ତିନୋଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ନିଜ ବନ୍ଧୁଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଉନାହାନ୍ତି । ଏଥିରୁ ସ୍ପଷ୍ଠଭାବେ ଜଣା ପଡ଼ୁଛି କି, ନିଜ ଆସନ ଏବେ ଟଳମଳ ହେଉଛି । ସେପଟେ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ମୋଦୀଙ୍କୁ ଟାର୍ଗେଟ କରି ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ଏବେ ରାଜେନୖତିକ ମାହୋଲ ବେଶ ଚର୍ଚ୍ଚା ହେଉଛି ।
वक्त बदल रहा है। दोस्त दोस्त ना रहा…!
तीन चरणों के चुनाव पूरे हो जाने के बाद आज प्रधानमंत्री जी अपने मित्रों पर ही हमलावर हो गए हैं।
इससे पता चल रहा है कि मोदी जी की कुर्सी डगमगा रही है। यही परिणाम के असली रुझान है।
— Mallikarjun Kharge (@kharge) May 8, 2024
କହି ରଖୁଛୁ କି, ତେଲେଙ୍ଗାନାରେ ଏକ ସାଧାରଣ ସଭାରେ ମୋଦୀ ନିଜର ଅଭିଭାଷଣରେ କହିଥିଲେ କି, ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ବାରମ୍ବାର ଆଦାନୀ ଏବଂ ଅମ୍ବାନୀଙ୍କ ନାମକୁ ଘୋଷୁଥିଲେ । କିନ୍ତୁ ଏବେ ଆଉ ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ତେବେ ରାହୁଲ ସେମାନଙ୍କଠାରୁ କିଛି ଟଙ୍କା ଆଣିଛନ୍ତି ବୋଧେ । ଏଭଳିଭାବେ ମୋଦୀ ରାହୁଲଙ୍କୁ ଟାର୍ଗେଟ କରିଥିଲେ ।