ମୋଦିଙ୍କ ସହ ତେଲ କମ୍ପାନୀ CEOଙ୍କ ଭେଟ: କମି ପାରେ ପେଟ୍ରୋଲ ଦର

1 min read

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦରରେ ଲାଗି ପାରେ ଲଗାମ୍ । ପୁଣି ଗ୍ରାହକଙ୍କୁ ସୁହାଇଲା ଭଳି ଦରକୁ ଖସି ପାରେ ତେଲ । ଏମିତି କିଛି ସମ୍ଭାବନା ସୃଷ୍ଟି ହୋଇଛି । କାରଣ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଢ଼ି ଚାଲିଥିବା ତେଲ ଦରକୁ ନେଇ ବିଶ୍ବର ପ୍ରମୁଖ ତେଲ ଏବଂ ଗ୍ୟାସ୍ କମ୍ପାନୀଙ୍କ CEOଙ୍କ ସହ କରୁଛନ୍ତି ଆଲୋଚନା । ତେଲ ଦର କମ କରିବା ନେଇ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି ।

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସଚିବ ତରୁଣ କପୁର ପ୍ରଧାନମନ୍ତ୍ରୀଙ୍କ ବୈଠକ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ତେଲ ଓ ଏନର୍ଜୀ କମ୍ପାନୀଙ୍କ CEO ୩ ମିନିଟ କହିବାକୁ ସୁଯୋଗ ପାଇବେ । ଏହାପରେ ପ୍ରଧାନମନ୍ତ୍ରୀ ବିଚାର କରିବେ ।

ବୈଠକରେ ଋଷର ରୋଜନେଫ୍ଟ ଚେୟାରମ୍ୟାନ ତଥା ସିଇଓ ଡ. ଆଇଗୋର ସେଚିନ୍, ସାଉଦୀ ଆରାମକୋ ସଭାପତି ତଥା ସିଇଓ ଅମିନ ନାସିର, ବ୍ରିଟେନ ପେଟ୍ରୋଲିୟ ସିଇଓ ବର୍ଣ୍ଣାଡ ଲୁନୀ, ଆମେରିକାର ସ୍ଲମବର୍ଗର ଲିମିଟେଡ ସିଇଓ ଓଲିବର ଲି ପେଚ୍, ୟୁରୋପର ହନିଓ୍ବେଲ ସଭାପତି ତଥା ସିଇଓ ବ୍ରାୟନ ଗ୍ଲୋବର, ରିଲିୟାନ୍ସ ଇଣ୍ଡଷ୍ଟ୍ରିଜର ଚେୟାରପର୍ସନ ତଥା ଏମଡି ମୁକେଶ ଅମ୍ବାନୀ ଏବଂ ବେଦାନ୍ତ ଲିମିଟେଡ ଚେୟାରପର୍ସନ ଅନୀଲ ଅଗ୍ରଓ୍ବାଲ ପ୍ରମୁଖ ସାମିଲ ହୋଇଛନ୍ତି ।

କପୁର କହିଛନ୍ତି, ଅଶୋଧିତ ତେଲ ଉତ୍ପାଦନ ବଢ଼ାଇବା ଉପରେ ଆଲୋଚନା ହେବ । କାରଣ ପେଟ୍ରୋଲ ଓ ଡିଜେଲ ଦର ସୀମା ବାହାରକୁ ଚାଲିଗଲାଣି ।

ସେ ଆହୁରି କହିଛନ୍ତି, ତେଲ ଉତ୍ପାଦନ କରୁଥିବା ଦେଶମାନେ ଏହା ଉପରେ ମତ ରଖିବା ଉଚିତ । ଆମେ କହୁନୁ ତେଲ ଦର ହଠାତ କମ କରିବାକୁ, ହେଲେ ଅଶୋଧିତ ତେଲ ଉତ୍ପାଦନ କରୁଥିବା କମ୍ପାନୀଙ୍କୁ ମଧ୍ୟ ବୁଝିବାକୁ ପଡ଼ିବ ତେଲ ଦର ଏତେ ମହଙ୍ଗା ହେବା ବି ଉଚିତ ନୁହେଁ ।

Leave a Reply