ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ପ୍ରସଙ୍ଗ, ଆଜି ଆସିବ ସୁରଟ ସେସନ୍ସ କୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ପ୍ରସଙ୍ଗ । ଆଜି ରାୟ ଶୁଣାଇବେ ସୁରଟର ସେସନ୍ସ କୋର୍ଟ । ଗତ ୧୩ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ୨୦୧୯ ଏପ୍ରିଲରେ କର୍ଣ୍ଣାଟକରେ ମୋଦି ସରନେମକୁ ନେଇ ବିବାଦୀୟ ବୟାନ ପରେ ରାହୁଲଙ୍କ ବିରୋଧରେ ଦାୟର ହୋଇଥିଲା ମାନହାନି ମାମଲା । ସୁରଟର ସିଜେଏମ କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ । ପରେ ରାହୁଲଙ୍କ ସାଂସଦ ସଦସ୍ୟତା ରଦ୍ଦ କରିଥିଲେ ଲୋକସଭା ବାଚସ୍ପତି ।

ସିଜେଏମ କୋର୍ଟଙ୍କ ରାୟକୁ ସୁରଟର ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାହୁଲ ଗାନ୍ଧୀ । ରାୟ ଉପରେ ରୋକ ଲଗାଇବାକୁ ଆବେଦନ କରିଛନ୍ତି ରାହୁଲ । ଉଭୟ ପକ୍ଷକୁ ଶୁଣିବା ପରେ କୋର୍ଟ ଆଜି ରାୟ ପ୍ରକାଶ କରିବାକୁ ଧାର୍ଯ୍ୟ କରିଛନ୍ତି ।