ବାତ୍ୟା ଅମ୍ଫାନ ମୁକାବିଲା ନେଇ ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
1 min readଭୁବନେଶ୍ୱର: ବାତ୍ୟା ଅମ୍ଫାନ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ‘ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ସରକାର ବାତ୍ୟା ଅମ୍ଫାନକୁ ଯେଉଁଭଳି ଭାବେ ମୁକାବିଲା କରିଛନ୍ତି ତାହାର ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି ଯେ, ଓଡ଼ିଶା ସାହସର ସହ ବାତ୍ୟା ଅମ୍ଫାନର ମୁକାବିଲା କରୁଥିବା ବେଳେ ମୋ ଭାବନା ଓଡ଼ିଶାର ଲୋକଙ୍କ ସହ ରହିଛି । ଏହାସହ ପ୍ରଶାସନ ପ୍ରଭାବିତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ତୃଣମୁଳ ସ୍ତରରେ କାମ କରୁଛି ଓ ଖୁବ ଶୀଘ୍ର ରାଜ୍ୟରେ ସ୍ୱାଭାବିକ ସ୍ଥିତି ଫେରିଆସିବ ବୋଲି ମଧ୍ୟ ଆଶା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
My thoughts are with the people of Odisha as the state bravely battles the effects of Cyclone Amphan. Authorities are working on the ground to ensure all possible assistance to the those affected. I pray that the situation normalises at the earliest.
— Narendra Modi (@narendramodi) May 21, 2020
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅମ୍ଫାନ କ୍ଷୟକ୍ଷତି ନେଇ ଆଜି ନବୀନଙ୍କ ସହ କଥା ହୋଇଛନ୍ତି ଅମିତ୍ । ରାଜ୍ୟରେ ବାତ୍ୟା ଅମ୍ଫାନ ପ୍ରଭାବରେ କେତେ କ୍ଷତି ହୋଇଛି ଓ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କିପରି ଥିଲା, ସେନେଇ ଆଲୋଚନା କରିଛନ୍ତି ଅମିତ ଶାହା । ଏନେଇ ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅମିତ୍ । ସେ ଟ୍ୱିଟରେ ସୂଚନା ଦେଇଛନ୍ତି ଯେ, ଅମ୍ଫାନ କ୍ଷୟକ୍ଷତି ନେଇ ନବୀନ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସେ ଆଜି କଥାବାର୍ତ୍ତା କରିଛନ୍ତି । କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିବା ସହ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
We are closely monitoring the cyclone Amphan and are in continuous touch with concerned authorities.
I have also spoken to CM Odisha, Shri Naveen Patnaik ji & CM West Bengal, Mamata Banerjee ji over situation arising due to the cyclone and assured all possible help from centre.
— Amit Shah (Modi Ka Parivar) (@AmitShah) May 21, 2020
ଏହାପୂର୍ବରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଅମ୍ଫାନ ପରବର୍ତ୍ତି ସ୍ଥିତି ସମ୍ପର୍କରେ ଆଲୋଚନା ବେଳେ କେନ୍ଦ୍ର କ୍ୟାବିନେଟ ସଚିବ ଓଡ଼ିଶା ପଦକ୍ଷେପକୁ ପ୍ରସଂଶା କରିଥିଲେ ।