spot_img

Latest Posts

ଚାପରେ ପଡ଼ି ଆଇନ୍ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର: ବିରୋଧୀ

ଭୁବନେଶ୍ୱର: ଚାଷୀଙ୍କ ଜିଦ୍ ଆଗରେ ହାର ମାନିଛି କେନ୍ଦ୍ର ସରକାରଙ୍କ ଅହଙ୍କାର। ତିନି କୃଷି ଆଇନ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ। ଶୀତ ଅଧିବେଶନରେ ଏ ନେଇ ଆରମ୍ଭ ହେବ ପ୍ରକ୍ରିୟା। ତେବେ କୃଷି ଆଇନ୍ ପ୍ରତ୍ୟାହାର ନିଷ୍ପତ୍ତି ପରେ ବିରୋଧୀ ଶିବିର ଏବେ କେନ୍ଦ୍ର ସରକାରଙ୍କୁ ଘେରିବାକୁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ମୁଖ୍ୟ ବିରୋଧୀ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ଆଜି କିଷାନ ବିଜୟ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ସମସ୍ତ ରାଜ୍ୟର ପିସିସିକୁ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ମୁଖ୍ୟାଳୟରେ କିଷାନ ବିଜୟ ଦିବସ ପାଳନ କରିବାକୁ ଘୋଷଣା କରିଛି କଂଗ୍ରେସ। ଏହି ଅବସରରେ ଦଳୀୟ ନେତା ରାଲି ଓ ସଭାର ଆୟୋଜନ କରିବେ। ଚାଷୀଙ୍କ ଆନ୍ଦୋଳନ ପାଇଁ କେନ୍ଦ୍ର ସରକାର ତିନି କୃଷି ଆଇନ୍ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହୋଇଛନ୍ତି। ଏଣୁ କିଷାନ ବିଜୟ ଦିବସ ପାଳନ କରି ଆନ୍ଦୋଳନରତ ଚାଷୀଙ୍କୁ ସମସ୍ତ ଶ୍ରେୟ ଦେବା ପାଇଁ ଯୋଜନା କରିଛି କଂଗ୍ରେସ। ସେପଟେ ଆନ୍ଦୋଳନରତ ଚାଷୀଙ୍କ ଆଜି ରହିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ଆଗାମୀ ରଣନୀତି ନେଇ ଆଲୋଚନା ହେବ।

Latest Posts

Don't Miss