spot_img

Latest Posts

ଭାରତ-ଚୀନ ବିବାଦ ପ୍ରସଙ୍ଗରେ ଏମିତି କହିଲେ ଋଷ ରାଷ୍ଟ୍ରପତି ପୁତିନ

ନୂଆଦିଲ୍ଲୀ: ଚୀନ-ଭାରତ ସୀମା ବିବାଦ ସମ୍ପର୍କରେ ମତ ରଖିଲେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ଏନେଇ ଶନିବାର ଦିନ ପୁତିନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଦାୟିତ୍ୱବାନ ନେତା ତେଣୁ ଉଭୟ ସୀମା ବିବାଦର ସମାଧାନ କରିବାରେ ସକ୍ଷମ। ତେଣୁ ରାଷ୍ଟ୍ରପତି ପୁତିନ ଭାରତ ଏବଂ ଚୀନ୍ ମଧ୍ୟରେ କୌଣସି ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାସହ ସେ କହିଛନ୍ତି ଯେ, ଭାରତ-ଚୀନ୍ ଦ୍ୱିପାକ୍ଷିକ ପ୍ରସଙ୍ଗରେ କୌଣସି ତୃତୀୟ ଦେଶର ହସ୍ତକ୍ଷେପ ଉଚିତ୍ ନୁହେଁ ।

ଋଷର ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି, ଯେତେବେଳେ କି ବର୍ଷରୁ ଅଧିକ ସମୟ ଧରି ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମୟରେ ଗଲୱାନ ଘାଟିରେ ଉଭୟ ଦେଶର ସେନା ମଧ୍ୟରେ ବିବାଦ ହୋଇଥିଲା । ଏହି ବିବାଦକୁ ଶେଷ କରିବା ଏବଂ ସ୍ଥିତିକୁ ଫେରିବା ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ଅନେକ ଥର ଆଲୋଚନା ହୋଇଛି, କିନ୍ତୁ ଏହା ପରେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମାଧାନ ମିଳିପାରି ନାହିଁ ।

‘କ୍ୱାଡ’ ଉପରେ ପୁତିନ କହିଛନ୍ତି

ଭାରତ, ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗଠିତ ‘କ୍ୱାଡ’କୁ ନେଇ ପୁତିନ କହିଛନ୍ତି ଯେ, ଋଷ କୌଣସି ବି ରାଷ୍ଟ୍ରର କିଛି ବି ପ୍ରସଙ୍ଗରେ ଯୋଗଦାନକୁ ବାରଣ କରିଛି । ଭ୍ଲାଦିମିର ପୁତିନ କହିଛନ୍ତି ଯେ, ଭାରତ ସହ ଋଷର ଭାଗିଦାରୀ ଏବଂ ମସ୍କୋ-ବେଜିଂ ସମ୍ପର୍କ ମଧ୍ୟରେ କୌଣସି ପ୍ରତିବାଦ ନାହିଁ ଏବଂ ଭାରତ- ଋଷ ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ । ଉନ୍ନତ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଏବଂ ପ୍ରଯୁକ୍ତିବିଦ୍ୟା ଉତ୍ପାଦନରେ ଭାରତ ହେଉଛି ଋଷର ଏକମାତ୍ର ଅଂଶୀଦାର ବୋଲି ଋଷର ରାଷ୍ଟ୍ରପତି କହିଛନ୍ତି।

Latest Posts

Don't Miss