ପୁଣି ଚେତାଇଲେ ମୋଦି: କହିଲେ, ଉଚିତ୍ ଜବାବ ଦିଆଯିବ

ନୂଆଦିଲ୍ଲୀ: ଚୀନ ପ୍ରସଂଗକୁ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନୁଷ୍ଠିତ ବୈଠକ ପ୍ରଧାନମନ୍ତ୍ରୀ ମୋଦି  କହିଛନ୍ତି ଗଲଓ୍ୱାନ ଘାଟିରେ କେହିଁ ମଧ୍ୟ ସୀମା ମଧ୍ୟକୁ ପ୍ରବେଶ କରିନାହାନ୍ତି, ନା ଆମ ପୋଷ୍ଟକୁ କେହି କବ୍‌ଜା କରିଛନ୍ତି ।

ଲଦାଖରେ ଆମର ୨୦ ଯବାନ ଶହୀଦ ହୋଇଛନ୍ତି କିନ୍ତୁ ଯେଉଁମାନେ ଭାରତ ମାତ ଆଡ଼କୁ ଆଖି ଉଠାଇ ଦେଖିଛନ୍ତି ସେମାନଙ୍କୁ ଉଚିତ୍ ଜବାବ ଦିଆଯିବ । ଜଳ,ସ୍ଥଳ ଓ ଆକାଶ ପଥରେ ଆମ ଦେଶକୁ ରକ୍ଷା କରିବା ପାଇଁ ଯାହା କରିବାର ଆବଶ୍ୟକତା ରହିଛି ତାହା ଆମ ସେନା କରୁଛନ୍ତି ।

ବର୍ତ୍ତମାନ ଆମ ପାଖରେ ଏତେ କ୍ଷମତା ରହିଛି ଯେ, କେହି ଆମଠୁ ଏକ ଇଞ୍ଚ ଜମି ଉପରେ ମଧ୍ୟ ଅଖି ଉଠାଇ ପାରିବେନାହିଁ । ଗତ କିଛି ବର୍ଷ ହେଲା ଆମେ ଦେଶର ସୀମାକୁ ସୁରକ୍ଷିତ କରିବା ପାଇଁ ବର୍ଡର ଅଞ୍ଚଳରେ ଇନ୍‌ଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟକୁ ପ୍ରାଥମିକତା ଦେଇଆସୁଛୁ । ଆମ ସେନାର ଆବଶ୍ୟକତା ଅନୁଯାୟୀ ଫାଇଟର ପ୍ଳେନ୍‌, ଆଧୁନିକ ହେଲିକପ୍ଟର, ମିସାଇଲ ଡିଫେନ୍ସ ସିଷ୍ଟମ୍‌ ଆଦି ଉପରେ ମଧ୍ୟ ଜୋରଦିଆଯାଉଛି । ଏଲ୍ଏସିରେ ପାଟ୍ରୋଲିଂ କ୍ଷମତାକୁ ବୃଦ୍ଧି କରାଯାଇଛି ।

Leave a Reply