Moderna କରୋନା ଭ୍ୟାକ୍ସିନ୍ ବଞ୍ଚାଇଲା ୧୬ ମାଙ୍କଡ଼ଙ୍କ ଜୀବନ: ୩୦ ହଜାର ଲୋକଙ୍କ ରିପୋର୍ଟକୁ ଅପେକ୍ଷା
1 min readଓ୍ୱାସିଂଟନ: କରୋନା ଭ୍ୟାକ୍ସିନ୍ ଅପେକ୍ଷାରେ ଥିବା ଲୋକଙ୍କ ପାଇଁ ଖୁସି ଖବର । ଆମେରିକାର ଫାର୍ମାସିଟ୍ୟୁକାଲ୍ କମ୍ପାନୀ ମୋର୍ଡେନା ପକ୍ଷରୁ କରାଯାଇଥିବା ଟ୍ରାଏଲ ସଫଳ ହୋଇଛି । ଏହି ଭ୍ୟାକ୍ସିନକୁ ୧୬ ମାଙ୍କଡଙ୍କ ଉପରେ ଲାବ୍ରୋଟାରୀ ଟେଷ୍ଟ କରାଯାଇଥିଲା । ଯାହାର ଫଳାଫଳ ଭଲ ରହିଛି । ଟ୍ରାଏଲ ପର୍ଯ୍ୟାୟରେ ଭ୍ୟାକ୍ସିନ୍ ଭାଇରସ୍କୁ ମାତ୍ ଦେବାରେ ସଫଳ ହୋଇଛି । ଏହା ଫରେ ଏହା ମନୁଷ୍ୟ ଉପରେ ମଧ୍ୟ ସଫଳ ହେବ ବୋଲି ଆଶା କରାଯାଉଛି ।
ମଙ୍ଗଳବାର ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନ୍ ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମାଙ୍କଡ଼ମାନଙ୍କୁ ଭ୍ୟାକ୍ସିନ୍ ଦେବା ପରେ ସେମାନଙ୍କ ଠାରେ ଭ୍ୟାକ୍ସିନ୍ କୌଣସି ସାଇଡ୍ଇଫେକ୍ଟ ଦେଖିବାକୁ ମିଳିନାହିଁ । ମୋର୍ଡେନାର ଏହି ଭ୍ୟାକ୍ସିନର ନାମ ହେଉଛି mRNA-1273 ।
ମୋର୍ଡେନ୍ର ଏହି ଭ୍ୟାକ୍ସିନ୍ ମାଙ୍କଡ଼ଙ୍କ ନାକ ଏବଂ ଫୁସ୍ଫୁସ୍ରେ ଭାଇରସ୍ ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି । ଏହି ଅଧ୍ୟୟନ ରିପୋର୍ଟରେ ଉଲ୍ଲଖେ କରାଯାଇଛି ଯେ, କରୋନା ଦ୍ୱାରା ମାଙ୍କଡମାନେ ସଂକ୍ରମିତ ହେବା ପରେ ମାଙ୍କଡ଼ମାନଙ୍କୁ ଭ୍ୟାକ୍ସିନର ହାଇଡୋଜ୍ ଦିଆଯାଇଛି । ଏହାର ଠିକ୍ ୨ ଦିନ ପରେ ସେମାନଙ୍କ ସୁସ୍ଥ ହୋଇଯାଇଥିଲେ ।
କେବଳ ଏତିକି ନୁହେଁ ଭ୍ୟାକ୍ସିନ୍ ଲଗାଯିବା ପରେ ଭିନ୍ନ ଭିନ୍ନ ବର୍ଗର ୭ରୁ୮ ମାଙ୍କଡ଼ଙ୍କ ଫୁସ୍ଫୁସରେ ଭାଇରସର ପ୍ରଭାବ ଦେଖିବାକୁ ମିଳିଲାନାହିଁ ।
ଏହା ପରେ ମୋର୍ଡନା ପକ୍ଷରୁ ସୋମବାର ୩୦ ହଜାର ଲୋକଙ୍କ ଉପରେ ଭ୍ୟାକ୍ସିନ୍ର ଟ୍ରାଏଲ କରାଯାଇଛି । ଯାହାକୁ ବର୍ତ୍ତମାନର ସବୁଠାରୁ ବଡ଼ ଟ୍ରାଏଲ ବୋଲି କୁହାଯାଉଛି । ତୃତୀୟ ପର୍ଯ୍ୟାୟରେ ଭ୍ୟାକ୍ସିନର ପ୍ରଭାବ ଏବଂ ଏହାର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରାଯିବ । ଏବଂ ନଭେମ୍ୱର କିମ୍ୱା ଡିସେମ୍ୱରରେ ଏହାର ପ୍ରଡକସନ୍ ଆରମ୍ଭ ହେବ ।