ଅନୁମତି ପରେ ବି ମିଳୁନି ଫାଇଜର ଓ ମଡର୍ଣ୍ଣା ଟିକା
ନୂଆଦିଲ୍ଲୀ: ଜରୁରୀକାଳିନ ଅନୁମତି ପରେ ମଧ୍ୟ ଭାରତରେ ମିଳୁନି ମଡର୍ଣ୍ଣା ଓ ଫାଇଜର ଟିକା । କୋଭିସିଲ୍ଡ, କୋଭାକ୍ସିନ ଓ ସ୍ଫୁଟନିକ୍ ଭି ପରେ ଚତୁର୍ଥ ଟିକା ଭାବେ ମଡର୍ଣ୍ଣାକୁ ଗତ ଜୁନ୍ ୨୧ରେ ଅନୁମତି ଦେଇଥିଲେ ଦେଇଥିଲା ଡିସିଜିଆଇ । କିଛିଦିନ ପରେ ମଡର୍ଣ୍ଣା ଭାରତରେ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ମଧ୍ୟ କହିଥିଲେ । ମାତ୍ର ଅନୁମତି ଦେବାର ମାସେ ପରେ ମଧ୍ୟ ଭାରତରେ ଟିକା ଉପଲବ୍ଧ ହୋଇନାହିଁ । ଦେଶକୁ କେବେ ଏହି ବିଦେଶୀ ଟିକା ଆସିବ ତାହା ମଧ୍ୟ ଅସ୍ପଷ୍ଟ ହୋଇରହିଛି । ଅନ୍ୟପଟେ ଫାଇଜରକୁ ଅନୁମତି ମିଳିଥିଲେ ମଧ୍ୟ ତାହାର ବି ଦେଖା ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ମାସ ବେଳକୁ ଫାଇଜର ଟିକା ମିଳିବାର ସମ୍ଭାବନା ରହିଛି । ଭାରତରେ ବିଦେଶୀ ଟିକା ମିଳୁନଥିବାବେଳେ ପଡୋଶୀ ଦେଶର ନାଗରିକ ଏହି ଟିକା ନେଲେଣି । ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କାରେ ମିଳୁଛି ମଡର୍ଣ୍ଣା ଓ ଫାଇଜର । ଗତ କିଛି ସପ୍ତାହ ମଧ୍ୟରେ ଏଦି ଦେଶ ଗୁଡିକ ଲକ୍ଷଲକ୍ଷ ଡୋଜ୍ ବିଦେଶୀ ଟିକା ଆଣିଛନ୍ତି । ପାକିସ୍ତାନରେ ୧୮ ବର୍ଷକୁ ଅଧିକ ବ୍ୟକ୍ତିଙ୍କୁ ମଡର୍ଣ୍ଣା ଟିକା ଦିଆଯାଉଛି । ବାଂଲାଦେଶରେ ମଧ୍ୟ ମଡର୍ଣ୍ଣା ଦିଆଯାଉଥିବାବେଳେ ଶ୍ରୀଲଙ୍କାରେ ଫାଇଜର ଭ୍ୟାକସିନ୍ ଦିଆଯାଉଛି । ତେବେ ଭାରତରେ ଏପର୍ଯ୍ୟନ୍ତ ଏହି ଟିକା ନମିଳିବା ନେଇ ସରକାରଙ୍କର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।