କରୋନା କାଳରେ ଭଲ ଖବର : ଆମେରିକାରେ ସଫଳ ହେଲା ମଣିଷ ଉପରେ ଟୀକାର ପରୀକ୍ଷଣ !

ୱାସିଂଟନ:  କୋରୋନା କୋପକୁ ଦୂରେଇବାକୁ ଆସିଲା ଏକ ଭଲ ଖବର । ଆମେରିକାରେ ସଫଳ ହେଲା ଟୀକା ପରୀକ୍ଷଣ । ଆମେରିକାରେ ଏକ ଟୀକାର ସଫଳତା ପରେ ଲୋକଙ୍କୁ ମିଳିଛି ଆଶ୍ୱସ୍ଥି । ଔଷଧ କମ୍ପାନୀ ମାଡର୍ଣ୍ଣା ସୋମବାର ଦିନ କହିଛି ଯେ, ସେ ୮ଜଣଙ୍କ ଉପରେ ଏହି ଟୀକାର ପରୀକ୍ଷଣ କରିଥିଲା ଯାହାର ଫଳାଫଳ ସକାରତ୍ମକ ଆସିଛି । ଆମେରିକାର ଏହା ହୋଇଛି ପ୍ରଥମ ଟୀକା ଯାହା ମଣିଷ ଉପରେ ପ୍ରୟୋଗ କରାଯାଇଛି ।

ଆମେରିକୀୟ ଗଣମାଧ୍ୟମ ଅନୁସାରେ, ଆମେରିକାର ଏହା ହୋଉଛି ପ୍ରଥମ ଟୀକା ଯାହା ମଣିଷ ଉପରେ ପ୍ରୟୋଗ କରାଯାଇଛି । ମାର୍ଚ୍ଚ ମାସ ଆରମ୍ଭରୁ ୮ଜଣ ସଂକ୍ରମିତଙ୍କୁ ଏହି ଟୀକା ଦିଆଯାଇଥିଲା । ସବୁ ଲୋକଙ୍କୁ ଟୀକାର ୨ଟି ଡୋଜ ଦିଆଯାଇଥିଲା । ଔଷଧ କମ୍ପାନୀର କହିବା ଅନୁସାରେ, ଏହି ଟୀକା ସୁରକ୍ଷିତ ଜଣାପଡ଼ୁଛି ଏବଂ ଏହା ଭାଇରସ୍ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାର ଦେଖାଯାଇଛି । କମ୍ପାନୀର ଏହି ଦାବି ପରେ ଶେୟାର ବଜାରରେ ଏହାର ମୁଲ୍ୟ ବୃଦ୍ଧି ପାଇଛି  ।

ଯଦିଓ କମ୍ପାନୀ ପରୀକ୍ଷଣ ସମୟରେ ସ୍ୱସ୍ଥ ବାଲେଂଟିୟରସ ଟୀକାର ଡୋଜ ଦେଇଥିଲା । ଏହାପରେ ସେହି ଲୋକମାନଙ୍କ ଶରୀରରେ ଯେଉଁ ଆଣ୍ଟିବଡ଼ି ମିଳିଲା, ଲ୍ୟାବରେ ମଣିଷର କୋଷରେ ଏହାର ପରୀକ୍ଷଣ କରାଯାଇଥିଲା । ଏହି ସମୟରେ ଦେଖାଗଲା ଯେ, ଆଣ୍ଟିବଡ଼ି ଭାଇରସର ବୃଦ୍ଧିକୁ ରୋକିବାରେ ସକ୍ଷମ ହେଉଛି ।

ଟୀକା ଦିଆଯାଇଥିବା ଲୋକଙ୍କ ମଧ୍ୟରେ ଯେଉଁ ଆଣ୍ଟିବଡ଼ିର ସ୍ତର ମିଳିଥିଲା ତାହା ସେତିକ ହିଁ ଥିଲା ଯେତିକି କରୋନା ଭାଇରସରୁ ସୁସ୍ଥ ହେଉଥିବା ରୋଗୀଙ୍କ ଠାରେ ଦେଖା ଦେଇଥାଏ । ଯଦିଓ ଟୀକା ବିଷୟରେ ଏବେ ପର୍ଯ୍ୟନ୍ତ ସୀମିକ ସୂଚନା ମିଳିଛି ଏବଂ ଏହି କାରଣରୁ ଏବେ ଏହାର ସଫଳତା ଉପରେ ଅନିଶ୍ଚିନ୍ତତା ଦେଖା ଦେଇଛି ।

ମାଡର୍ଣ୍ଣା କମ୍ପାନୀ କହିଛି ଯେ ସେ ଦ୍ୱିତୀୟ ପର୍ଯ୍ୟାୟରେ ୬୦୦ଲୋକଙ୍କ ଠାରେ ଏହି ପରୀକ୍ଷଣ କରିବାକୁ ଚାହୁଁଛି ।  ଜୁଲାଇରୁ ଟୀକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ ଯେଉଁଥିରେ ୧ ହଜାର ଲୋକଙ୍କୁ ସାମିଲ କରାଯିବ । ଏହା ସହ  ଦ୍ୱିତୀୟ ଏବଂ ତୃତୀୟ ପରୀକ୍ଷଣ ଯଦି ସଫଳ ହେବ ତେବେ ଟୀକା ଏହି ବର୍ଷ ଶେଷ  ଆଡ଼କୁ କିମ୍ବା ୨୦୨୧ର ଆରମ୍ଭରୁ  ବ୍ୟାପକ  ପରିମାଣରେ  ଉପଲବ୍ଧ ହେବ ।

Leave a Reply