ମଡେର୍ଣ୍ଣା ଟିକାର ମାନବ ପରୀକ୍ଷଣ ଆରମ୍ଭ, ୬ମାସରୁ ୧୨ବର୍ଷ ପିଲାଙ୍କ କ୍ଷେତ୍ରରେ ହେବ ପରୀକ୍ଷଣ

1 min read

ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍ ବୟସ୍କଙ୍କୁ ମିଳିବ କରୋନା ଟିକା। ଟିକାର ମାନବ ପରୀକ୍ଷଣ ଆରମ୍ଭ କରିଛି ମଡେର୍ଣ୍ଣା। ୬ମାସରୁ ୧୨ବର୍ଷ ପିଲାଙ୍କ କ୍ଷେତ୍ରରେ ମଡେର୍ଣ୍ଣା ଟିକା ପରୀକ୍ଷଣ କରାଯିବ। ଏଥିରେ ଆମେରିକା ଓ କାନ୍ନାଡ଼ାରୁ ୬ ହଜାର ୭୫୦ ସୁସ୍ଥ ଶିଶୁଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ପ୍ରକ୍ରିୟାରେ ସାମିଲ ଶିଶୁଙ୍କୁ ୨୮ ଦିନ ମଧ୍ୟରେ ଟିକାର ୨ଟି ଡୋଜ୍ ଦିଆଯିବ। ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷଣ କରାଯିବ। ଗୋଟିଏ ପର୍ଯ୍ୟାୟରେ ୨ରୁ ୧୨ ବର୍ଷ ବୟସର ପିଲାଙ୍କୁ ଟିକା ଦିଆଯିବ ଓ ଅନ୍ୟ ପର୍ଯ୍ୟାୟରେ ୬ ମାସରୁ ୨ବର୍ଷ ବୟସର ପିଲାଙ୍କୁ ସାମିଲ କରାଯାଇ ଟିକା ଦିଆଯିବ ବୋଲି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ମଡେର୍ଣ୍ଣା ଟିକାକୁ ଆମେରିକାରେ ଜରୁରିକାଳୀନ ବ୍ୟବହାର ଅନୁମତି ମିଳିଛି। ଅନ୍ୟ ଦୁଇ ଭାକ୍‌ସିନ୍ ଫାଇଜର-ବାୟୋଏନ୍‌ଟେକ୍ ଓ ସିଙ୍ଗଲ ଡୋଜ୍ ଭାକ୍‌ସିନ ଜନସନ ଆଣ୍ଡ ଜନସନକୁ ଆମେରିକାରରେ ବ୍ୟବହାର ଲାଗି ଅନୁମତି ଦେଇଚନ୍ତି ସରକାର।

Leave a Reply