ନିଅଣ୍ଟିଆ ବର୍ଷା ଭରଣା କଲା ‘ଗୁଲାବ’; ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଅବପାତର ରୂପ ନେଲା ବାତ୍ୟା ‘ଗୁଲାବ’ । ଆଉ ୬ ଘଣ୍ଟା ପରେ ଲଘୁଚାପରେ ପରିଣତ ହେବ। ଏବେ ଗୁଲାବର କେନ୍ଦ୍ରସ୍ଥଳ ମାଲକାନଗିରି ଜିଲ୍ଲାରୁ ୬୫ କିଲୋମେଟର ଓ ଛତିଶଗଡର ଜଗଦଲପୁର ଠାରୁ ୯୦ କିଲୋମେଟର ଦୂରରେ ଅଛି । ଧୀରେ ଧୀରେ ଏହା ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଭିତରେ କୋରାପୁଟ ଜିଲ୍ଲାରେ ଅତି ପ୍ରବଳ ହୋଇଛି । ଆଗକୁ ବି କୋରାପୁଟ ସମେତ ମାଲକାନଗିରି, ରାୟଗଡା, ନବରଙ୍ଗପୁର ଜିଲ୍ଲାରେ ଅତି ପ୍ରବଳହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଥିବାରୁ ବଲାଙ୍ଗୀର, ନୂଆପଡା, ଗଜପତି ଓ କଳାହାଣ୍ଡି ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। ନାଗବଳୀ ଅବବାହିକାରେ ବେଶି ବର୍ଷ ହୋଇଥିବା ଏସ୍ଆରସିଙ୍କ ପକ୍ଷରୁ ସୂଚିତ କରାଯାଇଛି ।

ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ବଜ୍ରପାତ ସହ ବର୍ଷା ହୋଇପାରେ । ପୁଣି ଗୋଟିଏ ମିଆଁମାର ଉପକୂଳ ବାଙ୍ଗୋପସାଗରରେ ଆଉ ଗୋଟିଏ ଘୁର୍ଣ୍ଣିବଳୟ ସୃଷ୍ଟି ହଉଛି । ଏହର ପ୍ରଭାବରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଦେବଗଡ଼ରେ ପ୍ରବଳ ବର୍ଷା ବଜ୍ରପାତ ସମ୍ଭାବନା ରହିଛି । ସେପ୍ଟେମ୍ବରରେ ଓଡ଼ିଶାରେ ୭୦ ପ୍ରତିଶତ ଅଧିକ ବର୍ଷ ହୋଇଛି। ୩୬୦.୧ ମିଲିମିଟର ବର୍ଷ ରେକର୍ଡ ହୋଇଛି। ସ୍ୱାଭାବିକ ଭାବେ ଏହି ମାସରେ ୨୧୨ ମିଲିମିଟର ବର୍ଷା ହୋଇଥାଏ । ଯାହାଦ୍ୱାରା ଚଳିତବର୍ଷ ନିଆଣ୍ଟିଆ ବର୍ଷା ଭରଣା କରିଛି। ଗୁଲାବ ବାତ୍ୟା ବଳୟ ଟି ୩୦ ସେପ୍ଟେମ୍ବର ବେଳକୁ ଗୁଜୁରାଟରେ  ପହଞ୍ଚି ଆରବ ସଗାରକୁ ଚାଲିଯିବ।

Leave a Reply