ୱେବ୍ ସିରିଜ୍ ନାଁରେ ସୁଟିଂ, ପର୍ଣ୍ଣ ସାଇଟରେ ଅପଲୋଡ୍ କରିଦେଲେ ମଡେଲଙ୍କ ବୋଲ୍ଡ ଫିଲ୍ମ !

1 min read

ନୂଆଦିଲ୍ଲୀ: ଲୋ-ବଜେଟ୍, ହାଇ ଇନକମ୍ । ରାତାରାତି ଇଣ୍ଟରନେଟରେ ଷ୍ଟାର ହେବାର ନିଶା । ୱେବ୍ ସିରିଜ୍ ପାଲଟିଛି ପ୍ଲାଟଫର୍ମ । ଦିନ କେଇଟାରେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ୱେବ୍ ସିରିଜକୁ ନେଇ ଆସିଛି ସାଂଘାତିକ ଅଭିଯୋଗ । ମଧ୍ୟପ୍ରଦେଶରେ ୱେବ୍ ସିରିଜ୍ ତିଆରି ନାଁରେ ଜଣେ ଯୁବତୀଙ୍କ ଅଶ୍ଲୀଳ ଫିଲ୍ମ ତିଆରି କରି ତାକୁ ପର୍ଣ୍ଣ ସାଇଟରେ ଅପଲୋଡ୍ କରାଯାଇଥିବା ନେଇ ସଙ୍ଗୀନ ମାମଲା ସାମନାକୁ ଆସିଛି ।

ମଧ୍ୟପ୍ରଦେଶର ଇନ୍ଦୋରରେ ପର୍ଣ୍ଣ ଫିଲ୍ମ ତିଆରି କରୁଥିବା ଏକ ରାକେଟର ଖୁଲାସା ହୋଇଛି । ଏହି ମାମଲାରେ କାଷ୍ଟିଂ ଡାଇରେକ୍ଟରକୁ ପୋଲିସ ଗିରଫ କରିଛି । ଖବର ଅନୁସାରେ, ଧାମନୋଦର ଯୁବତୀ ସାଇବର ପୋଲିସର ଏନେଇ ଅଭିଯୋଗ କରିଛନ୍ତି । ୨୦୧୯ ଡିସେମ୍ବରରେ ବ୍ରିଜେନ୍ଦ୍ର ନାମକ ଜଣେ ବ୍ୟକ୍ତି ୱେବ୍ ସିରିଜ୍ ଲଞ୍ଚ କରିବା ପ୍ରତିଶ୍ରୁତି ଦେଇ ତାଙ୍କୁ ତାଙ୍କ ଫାର୍ମ ହାଉସ୍ ନେଇ ଯାଇଥିଲା ।

ଯୁବତୀ କାଷ୍ଟିଂ ଡାଇରକ୍ଟରଙ୍କ ବନ୍ଧୁ ମିଲିନ୍ଦଙ୍କ ସହ ସେଠାରେ ପହଞ୍ଚିଥିଲେ । ସେଠାରେ ବ୍ରିଜେନ୍ଦ୍ର ଏକ ବୋଲ୍ଡ ୱେବ୍ ସିରିଜରେ କାମ ଦେବାକୁ କହି ବୋଲ୍ଡ ସିନ୍ ସୁଟ୍ କରିଥିଲେ । ଏବଂ କହିଥିଲେ ଏଥିରୁ ଅଶ୍ଲୀଳ ପାର୍ଟକୁ କାଟି କିଛି ଦୃଶ୍ୟ ରଖି ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯିବ ।

ସୁଟିଂ ପରେ ଯୁବତୀ ରିଲିଜର ଅପେକ୍ଷା କରି ରହିଥିଲେ । ଫିଲ୍ମ ତ ରିଲିଜ୍ ହେଲା ସତ, କିନ୍ତୁ ଅଶ୍ଲୀଳ ପର୍ଣ୍ଣ ସାଇଟରେ । ତାହା ବି ସମସ୍ତ ଅଶ୍ଲୀଳ ଓ ବୋଲ୍ଡ ସିନ୍ ସହିତ । ଏନେଇ ଯୁବତୀଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଜଣାଇଥିଲେ । ଏନେଇ ଯୁବତୀ ବ୍ରିଜେନ୍ଦ୍ର ଓ ତାଙ୍କ ସାଥୀଙ୍କ ସହ କଥା ହୋଇଥିଲେ ମଧ୍ୟ ସେମାନେ ଅଣଦେଖା କରିଥିଲେ । ପରେ ଯୁବତୀ ଏନେଇ କାଷ୍ଟିଂ ଡାଇରେକ୍ଟରଙ୍କ ସମତେ ୫ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । ମିଲିନ୍ଦକୁ ଗିରଫ କରାଯାଇଥିବା ବେଳେ ବ୍ରିଜେନ୍ଦ୍ର ଏବେ ଫେରାର୍ ଅଛି ।

Leave a Reply