ମଡେଲ ସୌମ୍ୟ ପାଣିଗ୍ରାହୀ ମୃତ୍ୟୁ ମାମଲା; ସୋନାଲି ନନ୍ଦଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ  

ଭୁବନେଶ୍ୱର: ମଡେଲ ସୌମ୍ୟ ପାଣିଗ୍ରାହୀ ମୃତ୍ୟୁ ମାମଲା । ଦ୍ଵିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମର ତନାଘନା । ସୌମ୍ୟଙ୍କ ମୋବାଇଲ ଓ ଲାପଟପ ସିଜ୍ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଆଜି ଅପରାହ୍ନ ୪ଟାରେ ସୌମ୍ୟଙ୍କ ପରିବାର ଲୋକେ କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହେବେ । ସେପଟେ ବାନ୍ଧବୀ ସୋନାଲି ନନ୍ଦଙ୍କୁ ତାଙ୍କ ଅନୁଗୁଳସ୍ଥିତ ଘରେ ପହଞ୍ଚି ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ସୋନାଲିଙ୍କ ପରିବାରକୁ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିବ ।

୨୦୨୨ ଜାନୁଆରୀ ୩୦ ତାରିଖରେ ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବା ବେଳେ ତିନି ମାସ ମଧ୍ୟରେ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୌମ୍ୟଙ୍କ ମୃତ୍ୟୁ ପାଇଁ ବାନ୍ଧବୀ ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ ପରିବାର ଲୋକେ ।