ନୂଆବର୍ଷରୁ ନୂଆ ଆକ୍ସନ ପ୍ଲାନ୍, ପହିଲାରୁ କାର୍ଯ୍ୟକାରୀ ହେବ ମଡେଲ ରୋଡ୍ କଟିଙ୍ଗ ସିଷ୍ଟମ୍

Model Road

ଭୁବନେଶ୍ୱର: ନୂଆବର୍ଷରୁ ନୂଆ ଆକ୍ସନ ପ୍ଲାନ୍ । ଜାନୁଆରୀ ପହିଲାରୁ ରାଜଧାନୀରେ କାର୍ଯ୍ୟକାରୀ ହେବ ମଡେଲ ରୋଡ୍ କଟିଙ୍ଗ ସିଷ୍ଟମ୍ । ସୁଧୁରିବ ରାଜଧାନୀର ରାସ୍ତା ସମସ୍ୟା । ସ୍ମାର୍ଟସିଟିରେ ନୂଆ ଆକ୍ସନ ପ୍ଲାନ୍ । ଏଣିକି ମନଇଚ୍ଛା ଖୋଳି ହେବନି ରାସ୍ତାଘାଟ । ଅନଲାଇନରେ କରିବାକୁ ହେବ ଆବେଦନ ।

ରାଜଧାନୀର ରାସ୍ତାରେ ଦେଖାଯାଉଥିବା ଖାଲଖମାକୁ ତଦାରଖ କରିବ ସ୍ୱତନ୍ତ୍ର ଟିମ୍‌ । ସବୁ ୱାର୍ଡରେ ଏହି ଟିମ୍‌ ନଜର ରଖିବା ସହ ରାସ୍ତା ସମସ୍ୟା ଥିଲେ ତୁରନ୍ତ ସମାଧାନ କରିବ । ବିଏମସି, ପୂର୍ତ୍ତବିଭାଗ, ଜଳ ଯୋଗାଣ, ଟେଲିଫୋନ୍ ସେବା, ସ୍ୱରେଜ୍, ବିଦ୍ୟୁତ୍ ଆଦି ବିଭାଗକୁ ନେଇ ମିଳିତ ଭାବେ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରାଯାଉଛି ।

ବିଭାଗମାନଙ୍କ ମଧ୍ୟରେ ସମନ୍ଵୟ ଅଭାବରୁ କେଉଁଠି ଅଧାଗଢା କାମ ତ କେଉଁଠି ସରିବା ପରେ ବି ରାସ୍ତା ଅଧାପନ୍ତରିଆ ହୋଇ ପଡିରହୁଛି । ଏଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ସଂସ୍ଥା ପକ୍ଷରୁ ଡେଡ୍‌ଲାଇନ୍‌ ପରେ ବି ଦୀର୍ଘଦିନ ପର୍ଯ୍ୟନ୍ତ ରାସ୍ତା ଖୋଳି କାମ ଚାଲୁଛି । ତେଣୁ ନୂଆ ମଡେଲ ବାସ୍ତବରେ କାର୍ଯ୍ୟକାରୀ ହେଲେ ଏପରି ସମସ୍ୟାରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି । ଯାହାକୁ ସ୍ୱାଗତ କରିଛନ୍ତି ରାଜଧାନିବାସୀ ।  ନିୟୋଜିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଅପେକ୍ଷା କେବଳ କାର୍ଯ୍ୟକାରୀକୁ ।

Leave a Reply