ଜୁନ୍ ପ୍ରଥମ ସପ୍ତାହରୁ ଜୟପୁରରୁ ଉଡ଼ିବ ବିମାନ

କୋରାପୁଟ: ଉପାନ୍ତକୁ ଉଡିବ ବିମାନ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ମଙ୍ଗଳବାର କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି । ଆସନ୍ତା ଜୁନ୍ ପ୍ରଥମ ସପ୍ତାହରୁ ଜୟପୁର ଏୟାରଷ୍ଟ୍ରିପରୁ ବିମାନ ଉଡିବ ବୋଲି ସେ ସୂଚନା ଦେଇଛନ୍ତି । ୯ ସିଟ୍ ବିଶିଷ୍ଟ ବିମାନ ଏଠାରୁ ଯାତ୍ରା କରିବ ।
ମିଳିଥିବା ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ଜୟପୁରଠାରୁ ଭୁବନେଶ୍ୱର ଓ ବିଶାଖାପଟଣାକୁ ବିମାନ ଉଡିବ । କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ବୁଲିବା ସହିତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ।