ଏପ୍ରିଲ ୧ରୁ ଜଗନ୍ନାଥ ଧାମରେ ଗଡ଼ିବ ମୋ ବସ୍

1 min read

ଭୁବନେଶ୍ୱର: ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରେ ଗଡ଼ିବ ମୋ ବସ  । ପୁରୀର ପ୍ରତି ଗଳି କନ୍ଦିରେ ଗଡିବ ରାଜ୍ୟ ସରକାରଙ୍କ ମୋ ବସ  । ଏପ୍ରିଲ ୧ତାରିଖରୁ  ଶ୍ରୀକ୍ଷେତ୍ର ପୁରୀରେ ଏହି ସେବା ଆରମ୍ଭ ହେବା ନେଇ କ୍ରୁଟ ପକ୍ଷରୁ  ସୂଚନା ଜାରି ହୋଇଛି  । ଭୁବନେଶ୍ୱର ଓ କଟକ ପରେ ପୁରୀରେ ଆରମ୍ଭ ହେବାକୁ ଯାଉଛି ସାଧାରଣ ଯାତ୍ରୀଙ୍କ ନିମନ୍ତେ ଏହି ବସ ସେବା  । କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦୀର୍ଘ ୪ବର୍ଷ ଧରି କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଭଳି ପ୍ରମୁଖ ସହରାଞ୍ଚଳରେ ମୋ ବସ୍ ସେବା ଯୋଗାଇଆସୁଛି । ଯାହାଦ୍ୱାରା ଜନସାଧାରଣଙ୍କ ନିତିଦିନିଆ ଯାତ୍ରାରେ ବେଶ୍ ସହାୟକ ହେଉଛନ୍ତି । ପୂର୍ବରୁ ପୁରୀ ଜିଲ୍ଲାରେ ୨ଟି ରୁଟ୍‌ରେ ଏକ୍ସପ୍ରେସ୍ ସେବା ଜାରୀ ରହିଛି କିନ୍ତୁ ଏଥର ପୁରୀ ସହର ମଧ୍ୟରେ ମୋ ବସ୍ ଚଳାଚଳ ଆରମ୍ଭ ହେବ ।

ରୁଟ୍ ନଂ- ୫୨ ପୁରୀ ବସ୍ ଷ୍ଟାଣ୍ଡ୍‌ରୁ ରେଳ ଷ୍ଟେସନ୍‌, ସସୁଦ୍ର କୂଳ, ସ୍ୱର୍ଗଦ୍ୱାର ଦେଇ ଲାଇଟ୍ ହାଉସ୍ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେରୁଟ୍ ନଂ-୫୩ ମାଳତୀପାଟପୁରଠୁ ଅଠରନଳା ରୋଡ଼୍ ଦେଇ ପୁରୀ ବସ୍‌ଷ୍ଟାଣ୍ଡ ଯାଏ ଗତି କରିବ । ଏହାଦ୍ୱାରା ପୁରୀବାସୀଙ୍କସମେତପୁରୀ ପର୍ଯ୍ୟଟକଙ୍କ ପାଇଁ ଯାତ୍ରା କରିବା ଦିଗରେ ସହାୟକ ହେବ । ଜଗନ୍ନାଥ ଧାମ ପୁରୀରେ ଏହି ସେବା ଅପ୍ରେଲ ୧ତାରିଖରୁ ଆରମ୍ଭହେବ । ଏଥିରେ ମୁଖ୍ୟତଃ ୫୨ ଏବଂ ୫୩ ନମ୍ବର ଦୁଇଟି ନୁଆ ରୁଟ୍ ଯୋଡ଼ା ହୋଇଛି । ଯାତ୍ରୀଙ୍କ କ୍ରମାଗତ ଅନୁରୋଧପରେକ୍ରୁଟ୍ ପକ୍ଷରୁ ପ୍ରଥମଥର ସହର ମଧ୍ୟରେ ମୋ ବସ୍ ସେବା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସିଂ କହିଛନ୍ତି ଯେ, “ପୁରୀ ଭଳି ଏକ ପର୍ଯ୍ୟଟକ ବହୁଳ ସ୍ଥାନରେକ୍ରୁଟ୍ ପକ୍ଷରୁ ମୋ ବସ୍ ସେବା ଆରମ୍ଭ ହେଉଛି ଏହା ନିଶ୍ଚୟ ଖୁସିର ଖବର । ଆଶା କରୁଛୁ ଯେ, ପୁରୀ ଜିଲ୍ଲା ଏବଂ ପୁରୀକୁ ଆସୁଥିବା ଦୈନିକହଜାର ହଜାର ପର୍ଯ୍ୟଟକମାନଙ୍କ ପାଇଁ ମୋ ବସ୍ ସେବା ବେଶ୍ ସହାୟକ ହେବ ।”
“ପୁରୀ ଓ କୋଣାର୍କ ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ ତିର୍ଥକ୍ଷେତ୍ର ଭାବେ ବିଶ୍ୱବିଦିତ । ଏହି ରୁଟ୍‌ମାନଙ୍କରେ ମୋ ବସ୍ ସେବା ପାଇଁ ବହୁଦିନରୁ ସ୍ଥାନୀୟ ଲୋକମାନେ ଅନୁରୋଧ କରିଆସୁଥିଲେ ।

ଭୁବନେଶ୍ୱରରୁ ସିଧାସଳଖ ପୁରୀ ଏବଂ କୋଣାର୍କକୁ ମୋ ବସ୍ ସେବା ଆରମ୍ଭ ହୋଇଥିଲା । ଓଡ଼ିଶାର ବିଭିନ୍ନ ସହର ଏବଂ ବାହାର ରାଜ୍ୟରୁ ଆସୁଥିବା ଲକ୍ଷାଧିକ ପର୍ଯ୍ୟଟକ ଦୈନିକ ଯାତାୟତରେ ଏହି ସେବା ଦ୍ୱାରା ଲାଭାନ୍ୱିତ ହେବେ । ପୁରୀରେ ଏହି ସାଧାରଣ ବସ୍‌ସେବା ଅପ୍ରେଲ ୧ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ ବୋଲି କ୍ରୁଟ୍ ଜେନେରାଲ୍ ମ୍ୟାନେଜର୍ ଶ୍ରୀମତି ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି । ଏହି ରୁଟଦ୍ୱୟରେ ଯାତ୍ରୀମାନେ ସହଜ ଯାତାୟତ ପାଇଁ ମୋ ବସ୍ କାର୍ଡ଼ ବ୍ୟବହାର କରିପାରିବେ । ପ୍ରତ୍ୟେକ ବସ୍ ଯାତ୍ରା ପୂର୍ବରୁ ପ୍ରତିଥର ସାନିଟାଇଜ୍ କରାଯିବାର ବ୍ୟବସ୍ଥା ରହିଛି ।  ଉଭୟ ରୁଟ୍‌ର ବସ୍‌ଗୁଡ଼କି ମାଳତୀପାଟପୁରରୁ ବାହାରି ନିର୍ଣ୍ଣୟ କରାଯାଇଥିବା ରୁଟ୍ ଦେଇ ଗତି କରିବ ବୋଲି ସୂଚନା ଦିଆଯାଇଛି  ।