ମୋବାଇଲକୁ ଆସିଲା ଆଲର୍ଟ ମେସେଜ। ଜରୁରୀକାଳୀନ ସ୍ଥିତିରେ ଆସିବ ଏଭଳି ମେସେଜ। କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ପରୀକ୍ଷାମୂଳକ ବାର୍ତ୍ତା ପ୍ରେରଣ କରାଯାଇଛି. ଲୋକମାନେ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି। ସାରା ଦେଶରେ ଏକ ସମୟରେ ଆସିଛି ଆଲର୍ଟ ମେସେଜ। ସାଇରନ ବାଜିବା ସହ ବାଜିଉଠିଛି ମୋବାଇଲ। ନାଗରିକମାନଙ୍କୁ ତ୍ବରିତ ବିପର୍ଯ୍ୟୟ ସତର୍କତା ସେବା ପ୍ରଦାନ କରିବା ପାଇଁ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସେଲ ବ୍ରଡକାଷ୍ଟ ଆରମ୍ଭ ହୋଇଛି। ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା ବୋଲି କହିଛି ଗୃହ ମନ୍ତ୍ରାଳୟ।

