କାନ୍ଥ ଭାଙ୍ଗି ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି

ନବରଙ୍ଗପୁର: ଲୁଟର ନୂଆ ଉପାୟ । ଚୋରି ପାଇଁ କାନ୍ଥ ଭାଙ୍ଗିଦେଉଛନ୍ତି ଚୋର । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ସଦର ମହକୁମାର ଏକ ମୋବାଇଲ ଦୋକାନରେ । କାନ୍ଥ ଭାଙ୍ଗି ମୋବାଇଲ ଦୋକାନରୁ ଲୁଟ ହୋଇଛି ଲକ୍ଷାଧିକ ଟଙ୍କାର ଦାମି ମୋବାଇଲ ।

ଝରିଗାଁ ଠାରେ ଥିବା ଗୌରୀଶଙ୍କର ମୋବାଇଲ ଦୋକାନକୁ ଗଲା ରାତିରେ ଦୋକାନର ପଛ ପଟ କାନ୍ଥ ଭାଙ୍ଗି ଚୋର ମାନେ ପଶିଥିଲେ । ଦୋକାନରେ ଥିବା ମୋବାଇଲ ମଧ୍ୟରୁ ପ୍ରାୟ ୨୦ଟି ଦାମି ମୋବାଇଲ ଚୋରମାନେ ଚୋରି କରି ନେଇଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ କାଳେ ସିସିଟିଭିରେ ଧରାପଡିଯିବେ ସେଥିପାଇଁ ସିସିଟିଭିର ହାର୍ଡଡିସ୍କ ମଧ୍ୟ ଚୋରି କରିନେଇଛନ୍ତି ଲୁଟେରା ।

ସେହିଭଳି ଦୋକାନରେ ଥିବା କ୍ୟାସ ଡ୍ର’ରୁ ଟଙ୍କା ଚୋରି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଖବର ପାଇ ଝରିଗାଁ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ଚୋରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଥିବା ଅନ୍ୟ ଦୋକାନୀଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

Leave a Reply