ମେଟ୍ରୋ ହାଉସରେ ଅଗ୍ନିକାଣ୍ଡ, ମୋବାଇଲ ଦୋକାନ ଜଳି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଭୁବନେଶ୍ବର: ମୋବାଇଲ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ। ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି। ବାଣୀବିହାର ଛକରେ ଥିବା ମେଟ୍ରୋ ହାଉସର ଗ୍ରାଉଣ୍ଡ ଫ୍ଲୋରରେ ଥିବା ମିଲୁ ମୋବାଇଲ ଓ ଇଲୋଟ୍ରନିକ୍ସ ଦୋକାନରେ ଅଗ୍ନିକାଣ୍ଡ। ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ପ୍ରାୟ ୫୦ ଲକ୍ଷ ଟଙ୍କା ସମ୍ପତି ନଷ୍ଟ ହୋଇଥିହା କହିଛନ୍ତି ଦୋକାନ କର୍ମଚାରୀ । ସେପଟେ ସଠିକ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ
ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି ପାଖ ଦୋକାନୀ ।