ଏଣିକି ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିପାରିବେ, କିନ୍ତୁ ଜାଣି ରଖନ୍ତୁ ସର୍ତ୍ତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଏଣିକି ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିହେବ । ଏ ନେଇ ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଶନିବାର ସୂଚିତ କରାଯାଇଛି । କିନ୍ତୁ ମୋବାଇଲକୁ ମନ୍ତ୍ରାଳୟ ପକ୍ଷରୁ ସ୍ୱୀକୃତି ଦିଆଯାଇଥିବା କାର୍ଯ୍ୟ ପାଇଁ ହିଁ ବ୍ୟବହାର କରିହେବ । ନଚେତ ଏଥିଲାଗି ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିପାରେ । ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ, କେବଳ ରୁଟ୍‌ସ ନେଭିଗେସନ୍ ପାଇଁ ହିଁ ମୋବାଇଲ୍ ବ୍ୟବହାର କରାଯାଇପାରିବ । ଅର୍ଥାତ ଗନ୍ତବ୍ୟସ୍ଥଳର ବାଟ ଜଣାନଥିଲା ଗୁଗୁଲ ମ୍ୟାପ୍ କିମ୍ୱା ହ୍ୱାଟସ୍ ଆପରୁ ପ୍ରାପ୍ତ ମ୍ୟାପକୁ ମୋବାଇଲ ସହାୟତାରେ ଅନୁସରଣ କରି ଗାଡ଼ି ଚଳାଇପାରିବେ । ଏହାସହିତ ଧ୍ୟାନ ଦେବାକୁ ପଡ଼ିବ ଯେ, ଗାଡ଼ି ଚଳାଇବାରୁ ଯେମିତି ଧ୍ୟାନ ନ ହଟିବ । ଏତଦ୍ ବ୍ୟତୀତ ଅଣସ୍ୱୀକୃତ କାର୍ଯ୍ୟ ପାଇଁ ମୋବାଇକୁ ଗାଡ଼ି ଚଳାଇବା ବେଳେ ବ୍ୟବହାର କରି ଧରାପଡ଼ିଲେ ୧ହଜାର ଟଙ୍କା ଠାରୁ ନେଇ ୫ ହଜାର ଟଙ୍କା ଯାଏଁ ଜରିମାନା ଦେବାକୁ ପଡ଼ିବ ।

Using Mobile Phones while Driving will Attract ₹10,000 Penalty in Uttar  Pradesh

ଓ୍ୱେବ୍ ପୋର୍ଟାଲ ସହାୟତାରେ ପରିଚାଳିତ ହେବ ବାହାନ ସମ୍ପର୍କିତ କାଗଜପତ୍ର

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରୀୟ ମୋଟର ଭେହିକଲ୍ ନିୟମରେ ସଂଶୋଧିତ କରାଯାଇଛି । ଏହା ଅନୁଯାୟୀ ଗାଡ଼ି ସମ୍ପର୍କିତ ଆବଶ୍ୟକ କାଗଜପତ୍ର ଯେଭଳି କି, ଲାଇସେନ୍ସ, ପଞ୍ଜିକରଣ କାଗଜପତ୍ର, ଫିଟନେସ୍ ସାର୍ଟିଫିକେଟ୍, ପରମିଟ୍ ଆଦିକୁ ସରକାର ଦ୍ୱାରା ପରିଚାଳିତ ଓ୍ୱେବ୍ ପୋର୍ଟାଲ ମାଧ୍ୟମରେ ମେଣ୍ଟେନ କରାଯାଇପାରିବ ।

ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ନିୟମ

ସଂଶୋଧିତ ମୋଟର ଭେହିକଲ୍ ଆକ୍ଟ ଅନୁଯାୟୀ ଉପରୋକ୍ତ ସବୁ ନିୟମ ଅକ୍ଟୋବର ପହିଲାରୁ ଲାଗୁ କରାଯିବ । ଗତ ବର୍ଷ କେନ୍ଦ୍ର ସରକାର ଏହି ଆଇନ କିଛି ସଂଶୋଧନ କରିଥିଲେ । ଯେଉଁଥିରେ ପରିବହନ ନିୟମ ଠାରୁ ନେଇ ସଡ଼କ ସୁରକ୍ଷା ଆଦି ସାମିଲ ରହିଛି । ଏହି ନିୟମର ଉଲ୍ଲଂଘନ କରିଯିବା ଯୋଗୁଁ ବଡ଼ ଅଙ୍କର ଜରିମାନା ଦେବାର ପ୍ରାବଧାନ ରହିଛି । ଏହା ସହିତ ଦୁର୍ନୀତିକୁ ରୋକିବାକୁ ପ୍ରଯୁକ୍ତି ବିଦ୍ୟାକୁ ମଧ୍ୟ ବ୍ୟବହାର କରାଯାଇଛି ।

Leave a Reply