ମୋ ବସରେ ମାତିଛନ୍ତି ମୋବାଇଲ୍ ଲୁଟେରା

ଭୁବନେଶ୍ୱର: ବସରେ ଚଢିଲେ, ପାଖରେ ବସିଲେ, ଲୁଟିନେଲେ  । ରାଜଧାନୀରେ ମାତିଛନ୍ତି ଏମିତି କିଛି ସ୍ମାର୍ଟ ଲୁଟେରା । ମୋ ବସ୍ ଯାତ୍ରୀମାନଙ୍କୁ ଲୁଟିବା ପାଇଁ କରୁଛନ୍ତି ଟାର୍ଗେଟ । ୧୮ ନମ୍ବର ରୁଟରେ ଯାଉଥିବା ମୋ ବସ ଯାତ୍ରୀଙ୍କଠାରୁ ଦୁଇଟି ଦାମୀ ମୋବାଇଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ ଫାୟାର ଷ୍ଟେସନ ଛକ ଓ ଅନ୍ୟଟି ଜୟଦେବ ବିହାର ଛକରୁ ଲୁଟ ହୋଇଛି ।

ନୟାପଲ୍ଲୀ ଥାନାରେ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଛି  । ଗୋଟିଏ ବସରୁ ଦୁଇ ଜଣ ଯାତ୍ରୀଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଘଟଣାସ୍ଥଳରେ ପିସିଆର ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀଙ୍କୁ ଅଟକାଇ ଯାଞ୍ଚ କରିଛି । ହେଲେ ଚକମା ଦେଇ ଖସିଯାଇଛି ମୋବାଇଲ ଲୁଟେରା   । ପୋଲିସ ତନଖି କରିଥିବା ସ୍ୱତେ କାହାରିକୁ ପାଇ ପାରିନାହିଁ  ।