ମହାକାଶରୁ ମୋବାଇଲ ଫୋନରେ ସିଧାସଳଖ କଲିଂ କରିବା ସମ୍ଭବ ହେବ
1 min readନନ୍ଦିଘୋଷ ବ୍ୟୁରୋ: ମହାକାଶ କ୍ଷେତ୍ରରେ ବୈଜ୍ଞାନିକମାନେ ଦିନକୁ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛନ୍ତି । ଚଳିତ ବର୍ଷ ଫେବୃଆରୀରେ ଇସ୍ରୋ ଆମେରିକୀୟ କମ୍ୟୁନିକେସନ ଉପଗ୍ରହ ଲଞ୍ଚ କରିବ । ଉକ୍ତ ଉପଗ୍ରହ ସହାୟତାରେ ଯେ କୌଣସି ମୋବାଇଲ ଫୋନରୁ ମହାକାଶରୁ ସିଧାସଳଖ କଲିଂ କରିହେବ । ପ୍ରଥମ ଥର ମହାକାଶରୁ ମୋବାଇଲ କଲିଂ କରିବା ସମ୍ଭବ ହେବ । ଏ କ୍ଷେତ୍ରରେ ଭାରତର ମହାକାଶ ସଂସ୍ଥା ଇସ୍ରୋର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ପ୍ରଥମ ଥର କୌଣସି ଆମେରିକୀୟ କମ୍ପାନୀ ଭାରତରେ ଏକ ବିଶାଳ କମ୍ୟୁନିକେସନ ସାଟେଲାଇଟ ଲଞ୍ଚ କରିବାକୁ ଯାଉଛି ।
୨୦୨୫ ବର୍ଷ ଇସ୍ରୋ ପାଇଁ ବହୁତ ଖାସ୍ ହେବାକୁ ଯାଉଛି । ଆଗାମୀ ୬ ମାସରେ ଇସ୍ରୋ ଗୋଟିଏ ପରେ ଗୋଟିଏ ବଡ଼ ମିଶନ ଲଞ୍ଚ କରିବ । ସେଥିମଧ୍ୟରୁ ଅଧିକ ଚର୍ଚ୍ଚାରେ ରହିଛି ଗଗନଯାନ ମିଶନ ଓ ଭାରତ-ଆମେରିକାର ସବୁଠାରୁ ମହଙ୍ଗା ସଂଯୁକ୍ତ ସାଟେଲାଇଟ୍ NISAR । ଏହି ମିଶନର ସଫଳତା ସ୍ବରୂପ ମହାକାଶରୁ ସିଧାସଳଖ କଲିଂ କରିବା ସମ୍ଭବ ହୋଇପାରିବ । କେବଳ ସେତିକି ନୁହେଁ, ଇଣ୍ଟରନେଟ ମଧ୍ୟ ଚଳାଇ ହେବ । ସବୁଠାରୁ ଖାସ୍ କଥା ହେଉଛି, ଏଥିପାଇଁ କୌଣସି ସ୍ପେଶାଲ ହ୍ୟାଣ୍ଡସେଟ ବା ଟର୍ମିନାଲର ଆବଶ୍ୟକତା ପଡ଼ିବ ନାହିଁ । ଏହା ସଂପୂର୍ଣ୍ଣ ଭାବେ କମର୍ସିଆଲ ଲଞ୍ଚ ହେବ, ଇସ୍ରୋର କମର୍ସିଆଲ ଓ୍ବିଙ୍ଗ ନ୍ୟୁ ସ୍ପେସ ଇଣ୍ଡିଅଆ ଲିମିଟେଡ (NSIL) ଏହାକୁ କାର୍ଯ୍ୟକାରୀ କରିବ ।
ଏହି ମିଶନ ଏକ ଖାସ୍ ଟେକନିକ୍ ଉପରେ ଆଧାରିତ ଅଟେ, ଯାହାକି ମୋବାଇଲ ଫୋନକୁ ସିଧାସଳଖ ସାଟେଲାଇଟ ସହ ଯୋଡ଼ିବାର କ୍ଷମତା ପ୍ରଦାନ କରିବ । ପ୍ରଥମ ଥର ପାଇଁ କୌଣସି ଆମେରିକୀୟ କମ୍ପାନୀ ଭାରତରେ ଏକ ବିଶାଳ କମ୍ୟୁନିକେସନ ସାଟେଲାଇଟ ଲଞ୍ଚ କରିବ । ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକୀୟ କମ୍ପାନୀମାନଙ୍କର ଛୋଟ ସାଟେଲାଇଟସ ଲଞ୍ଚ କରିଥିଲା । ଦୁନିଆର କୋଣ ଅନୁକୋଣରେ ମୋବାଇଲ ନେଟଓ୍ବର୍କ ଉପଲବ୍ଧ କରିବା ହେଉଛି ଏହି ଟେକନିକର ଉଦ୍ଦେଶ୍ୟ । ପାହାଡ଼, ଜଙ୍ଗଲ, ସମୁଦ୍ର ଆଦି ସବୁ ସ୍ଥାନମାନଙ୍କରେ ବିନା ଟାଓ୍ବାରରେ ବି କଲିଂ ଓ ଇଣ୍ଟରନେଟ ସେବା ମିଳିପାରିବ । ମୋବାଇଲ ନେଟଓ୍ବର୍କ କଭରେଜ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଅଞ୍ଚଳମାନଙ୍କରେ ଏହି ମିଶନ ଏକ କ୍ରାନ୍ତିକାରୀ ପ୍ରମାଣିତ ହେବ ବୋଲି କୁହାଯାଉଛି । ଏଥିସହିତ ଏହି ମିଶନ ଦ୍ବାରା ମୋବାଇଲ ନେଟଓ୍ବର୍କ କମ୍ପାନୀମାନଙ୍କର ଖର୍ଚ୍ଚ କମିବ, ଯାହାକି ଉପଭୋକ୍ତାଙ୍କୁ ଫାଇଦା ଦେବ । ଭୂକମ୍ପ, ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଭାବେ ମୋବାଇଲ ଟାଓ୍ବାର କାମ କରିନଥାଏ । ସେହି ସମୟରେ ମଧ୍ୟ ଏହି ଟେକନିକ ବହୁତ ଉପଯୋଗ୍ୟ ସାବ୍ୟସ୍ତ ହେବ ।