‘ମୋ ସ୍କୁଲ ଅଭିଯାନ’ ଜରିଆରେ ୬ ଲକ୍ଷ ୭୫ ହଜାର ପୁରାତନ ଛାତ୍ରଛାତ୍ରୀ ଅନୁଦାନ ଦେଲେଣି

1 min read

ଭୁବନେଶ୍ୱର: ଗଣିତ, ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ ଏବଂ ୨୧ତମ ଶତାଦ୍ଧୀ ସ୍କିଲକୁ ଭିତ୍ତିକରି ପିଲାମାନଙ୍କୁ ଅଧିକ ଦକ୍ଷ କରିବାକୁ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍‌ ଅଭିଯାନ’ ପୁରାତନ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଂଗଠନ ମାଧ୍ୟମରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଅଧିକରୁ ଅଧିକ ସ୍କୁଲ୍‌ ଏବଂ ଛାତ୍ରଛାତ୍ରୀ ଯେପରି ଏହାଦ୍ୱାରା ଉପକୃତ ହୋଇପାରିବେ ତାହାଉପରେ ଗୁରୁତ୍ୱ ଦିଆଯିବ । ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆସନ୍ତା ଜୁନ୍‌ ୩ୟ ସପ୍ତାହରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ‘ମୋ ସ୍କୁଲ ଅଭିଯାନ’ର ୩୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି ।

ବୁଧବାର ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅଧ୍ୟକ୍ଷତା କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ସ୍କୁଲ ଗୁଡ଼ିକରେ ପ୍ରତିଷ୍ଠିତ ତଥା ସଫଳ ବ୍ୟକ୍ତି ବିଶେଷଙ୍କୁ ନେଇ ଟକ୍‌ ସେସନ୍‌ର ଆୟୋଜନ କରିବାକୁ କହିଥିଲେ । ଇଣ୍ଟରନେଟ୍‌ ସୁବିଧା ନଥିବା ସ୍କୁଲ୍‌ଗୁଡ଼ିକରେ ଇଣ୍ଟରନେଟ୍‌ ସଂଯୋଗ କରି ଭିଡ଼ିଓ କନ୍‌ଫରେନ୍ସିଂର ଆୟୋଜନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଚଳିତ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଓଡ଼ିଶାର ୨୬ଟି ଜିଲ୍ଲାର ମୋଟ ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୧୩,୩୦୨ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ସହ
ଯୋଡ଼ିହୋଇଛନ୍ତି ।

ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୩୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବିଭିନ୍ନ ସିଏସ୍‌ଆର୍‌ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟ ଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ ଅଭିଯାନକୁ ୧ କୋଟି ୬୮ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‌ଆର୍‌ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୨୧ କୋଟି ୯୦ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି । ବାଲେଶ୍ୱରରେ ସର୍ବାଧିକ ୧ କୋଟି ୩୬ ଲକ୍ଷ, ସୋନପୁରରେ ୪୦ ଲକ୍ଷ ୨୨ ହଜାର, କଟକରେ ୩୬ ଲକ୍ଷ ୧୫ ହଜାର, ଖୋର୍ଦ୍ଧାରେ ୩୪ ଲକ୍ଷ ଏବଂ ଯାଜପୁରରେ ୩୧ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୭୫ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ମାଧ୍ୟମରେ ସ୍କୁଲ୍‌ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପରେ ବଳକା ଥିବା ୪୩୧୦ଟି ଉଚ୍ଚ ବିଦ୍ୟାଳୟରୁ ୨ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟକୁ ୩ୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଆଲୋଚନା ହୋଇଥିଲା । ୫ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପର ମନିଟରିଂକୁ ପ୍ରାଥମିକତା ଦିଆଯାଉଥିବା ବେଳେ ମନ୍ଥର ଗତିରେ ହେଉଥିବା କାମକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଏକ ମନଟି ରିଂ ସେଲ୍ ଗଠନ ଲ।ଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦେବାକୁ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଥିଲେ । ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ଓଡ଼ିଶା ବଜ୍ଞି।ନ ଏକାଡେମୀ ସହ ମୋ ସ୍କୁଲ ଅଭିଯାନ ମିଳିତ ଭାବରେ କାର୍ଯ୍ୟକରିବ । ସ୍କୁଲ ଗୁଡ଼ିକରେ ପାଳନ ହେଉଥିବା ପ୍ରମୁଖ ଦିବସ ଗୁଡ଼ିକରେ ବୈଜ୍ଞାନିକ ଏବଂ ବିଶିଷ୍ଟ ବିଜ୍ଞାନ ଶିକ୍ଷାବିତ୍‌ମାନଙ୍କୁ ନିମନ୍ତ୍ରଣ କରିବା ସହ ବିଜ୍ଞାନଭିତ୍ତିକ ପ୍ରଦର୍ଶନୀର ଆୟୋଜନ କରିବାକୁ ଓଡ଼ିଶା ବିଜ୍ଞାନ ଏକାଡେମୀ ପ୍ରସ୍ତାବ ଦେଇଛି ।

ସେହିଭଳି ବିଜ୍ଞାନ ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି । ଅନ୍ୟପକ୍ଷରେ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ପ୍ରାକଫିକାଲ ସାଇନ୍ସ କ୍ଲାସ୍‌ ଉପରେ ଗୁରୁତ୍ୱ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୧୦୭୬ଟି ଉଚ୍ଚ ବିଦ୍ୟାଳୟରେ କୋଡିଂ ଶିକ୍ଷାର ପ୍ରସାର ପାଇଁ ୨ଟି ପର୍ଯ୍ୟାୟରେ ‘କୋଡ୍‌ କ୍ଲବ୍‌’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆସନ୍ତା ଜୁନ୍‌ରେ ୪୪୧ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୋଡିଂ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯିବ । ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବାକୁ ମୋ ସ୍କୁଲ୍‌ ଅଭିଯାନ ପ୍ରତିଷ୍ଠିତ କର୍ପୋରେଟ୍‌ ସଂସ୍ଥାମାନଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରିବ। ‘ମୋ ସ୍କୁଲ୍‌’ ଏବଂ କର୍ପୋରେଟ୍‌ ସଂସ୍ଥା ମିଳିତ ଭାବରେ ଲର୍ଣ୍ଣିଂ ରିକଭରୀ କାର୍ଯ୍ୟକ୍ରମ ପାଇଁ କାମ କରିବାକୁ ନିକଟରେ ମୋ ସ୍କୁଲ୍‌ ଅଧ୍ୟକ୍ଷାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ଏଥିରେ ୧୬ଟି ପ୍ରମୁଖ କର୍ପୋରେଟ୍‌ ସଂସ୍ଥାର ପ୍ରତିନିଧି ଯୋଗଦେଇଥିଲେ । ଭିତ୍ତିଭୂମି ବିକାଶ ସହ ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବାକୁ ଆଗାମୀଦିନରେ ‘ମୋ ସ୍କୁଲ୍‌’ ସହ ମିଶି କାମ କରିବାକୁ ସେମାନେ ଆଗ୍ରହ ପ୍ରକାଶ କରିଥିଲେ ।

ଏଣିକି ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘ମୋ ସ୍କୁଲ୍‌ ଅଭିଯାନ’ରେ ଇଣ୍ଟର୍ନସିପ୍‌ କରିବାର ସୁଯୋଗ ପାଇପାରିବେ । ରୁରାଲ୍‌ ମ୍ୟାନେଜମେଣ୍ଟ୍‌, ରୁରାଲ୍‌ ଡେଭ ଲ ପ୍‌ମେଣ୍ଟ୍‌, ଏଜୁକେ ଶନ୍‌, ପବ୍ଲିକ୍‌ ପଲିସି ଏବଂ ସୋସିଆଲ ଓ୍ୱାର୍କ ଛାତ୍ରଛାତ୍ରୀମାନେ ‘ଷ୍ଟୁଡେଣ୍ଟ୍‌ ଇଣ୍ଟର୍ନସିପ୍‌ ପ୍ରୋଗ୍ରାମ’ ମାଧ୍ୟମରେ ଏହି ସୁବିଧା ପାଇପାରିବେ । ଏନେଇ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟମରେ ‘ମୋ ସ୍କୁଲ୍‌’ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ  ଅନୁପମ ସାହା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର, ବିଭାଗୀୟ ଆର୍ଥିକ ଉପଦେଷ୍ଟା, ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍‌ସିଇଆର୍‌ଟି ଏବଂ ମୋ ସ୍କୁ ଲ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ପ୍ରବୀର କୁମାର ଖିଲ।ର ପ୍ରମୁଖ ଉପସ୍ଥିତ ଥିଲେ ।

[DISPLAY_ULTIMATE_SOCIAL_ICONS]