ଦୁର୍ନିତୀ ପାଇଁ ଆଉ ଜଣେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର,ଜାଣନ୍ତୁ କିଏ

ଭୁବନେଶ୍ୱର: ଦୁର୍ନିତୀ ବିରୋଧରେ ଶୁନ୍ୟ ସହନଶିଳତା କ୍ରମରେ ଆଜି ରାଜ୍ୟ ସରକାର ଆଉ ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୁଳକ ଅବସର ଦେଇଛନ୍ତି । କୃଷି ବିଭାଗରେ କାର୍ଯ୍ୟରତ ଏହି ଅଧିକାରୀ ଜଣଙ୍କ ବିରୋଧରେ ଆୟଠାରୁ ଅଧିକ ସଂପତି ଠୁଳ କରିବା ଅଭିଯୋଗ ଥିଲା । ମାସକ ତଳେ ତାଙ୍କୁ ରାଜ୍ୟ ଭିଜିଲାନ୍ସ ନଗଦ ଟଙ୍କା ସହ ଧରିବା ପରେ ସେ ଚାକିରିରୁ ନିଲମ୍ବିତ ମଧ୍ୟ ହୋଇଥିଲେ । ଏବେ ଅଧିକ ତଦନ୍ତ ପରେ ଏହି ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୁଳକ ଅବସର ପ୍ରଦାନ କରିଛନ୍ତି । ବାଧ୍ୟତାମୁଳକ ଅବସର ପାଇଥିବା ଅଧିକାରୀଙ୍କ ନାମ ହେଉଛି ପ୍ରଦୀପ କୁମାର ମହାନ୍ତି ।

ଉପ କୃଷି ନିର୍ଦ୍ଦେଶକ ପାହ୍ୟାର ତଥା  କୋରାପୁଟର ପୂର୍ବତନ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦିପ କୁମାର ମହାନ୍ତିଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ମହାନ୍ତିଙ୍କ ବିରୋଧରେ ଦୁର୍ନିତି ଅଭିଯାଗ ଥିଲା । ଜୁଲାଇ ୨ ତାରିଖରେ ସେ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ନିତି ନିବାରଣ ବିଭାଗ ତାଙ୍କ ଠାରୁ ୧୧ଲକ୍ଷ ଟଙ୍କା ନଗଦ ଜବତ କରିଥିଲା ।  ଏହି ଟଙ୍କା ତାଙ୍କ ପାଖକୁ କେମିତ ଆସିଥିଲା ସେ ବାବଦରେ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ । ସେହି ଦିନ ତାଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲଣ କରାଯାଇଥିଲା । ଏହା ପରେ ସେ ବିଚାର ବିଭାଗୀୟ ହେପାଜତକୁ ଯାଇଥିଲେ । ସେତେବେଳେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ବର୍ତ୍ତମାନ ସୁଧା ୩.୫ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଦୁର୍ନିତୀ ବିରୋଧରେ ଜିରୋ ଟୋଲେରାନ୍ସ ବା ଶୁନ୍ୟ ସହନଶୀଳତା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ  ସାଧାରଣ ଜୀବନରେ ସଚୋଟ୍ଟତା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଦୁର୍ନିତୀଖୋରଙ୍କୁ କଡା ସନ୍ଦେଶ ଦେବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Leave a Reply