ପୁଣି ଜଣେ ଅଧିକାରୀଙ୍କ ବିରୋଧରେ ‘ମୋ-ସରକାର’ ଅଧିନରେ କାର୍ଯ୍ୟାନୁଷ୍ଠାନ

1 min read

ଭୁବନେଶ୍ୱର: ପୁଣି ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ‘ମୋ ସରକାର’ କାର୍ଯ୍ୟକ୍ରମରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ କୁମାରଙ୍କ ସ୍ବାଇଁଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଜାତିଗତ ପ୍ରମାଣପତ୍ରରେ ବିଳମ୍ବ ଯୋଗୁଁ ତାଙ୍କୁ ସ୍ଥାନାନ୍ତର ସମେତ ତାଙ୍କ ବିରୋଧରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ ହୋଇଛି । ‘ମୋ ସରକାର’ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସାଧାରଣ ଲୋକ ଏହି ଅବହେଳା ବାବଦରେ ଅଭିଯୋଗ କରିବା ପରେ ମୋ ସରକାର ପକ୍ଷରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାପୂର୍ବରୁ ମଧ୍ୟ ଶହେରୁ ଅଧିକ ସରକାରୀ କର୍ମଚାରୀଙ୍କ ବିରୋଧରେ ମୋ ସରକାର ତଥା 5-T କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଲୋକସେବାରେ ଥିବା ସରକାରୀ ଅଧିକାରୀଙ୍କ ଦୁର୍ନୀତି, ଅବହେଳା ଆଦିକୁ ‘ମୋ-ସରକାର’ ଗୁରୁତର ଭାବେ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ସବୁ ଖାଇଲେ ପେଟ ପୂରେ, କିନ୍ତୁ ମନ ପୂରେ ପଖାଳରେ

 

 

Leave a Reply