5T ଅଧିନରେ ପ୍ରଥମ ପର୍ଯ୍ୟାୟରେ ୪୦ଟି କଲେଜର ହେବ ରୂପାନ୍ତିକରଣ

1 min read
Mo College Campaign CM Naveen Releases Rs 1.5 Crore Matching Grant

ଭୁବନେଶ୍ୱର: ‘ମୋ କଲେଜ’ ଅଭିଯାନରେ ସୁନ୍ଦର ଦିଶିବ କଲେଜ, ସୁଧୁରିବ ଭିତ୍ତିଭୂମି । ପ୍ରଥମ ପର୍ଯ୍ୟାୟରେ ୧୨ଟି କଲେଜ ଓ ୨ଟି ବିଶ୍ୱବିଦ୍ୟାଳୟ ପାଇଁ ୧.୫ କୋଟି ଟଙ୍କା ଅର୍ଥ ଅନୁଦାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ କଲେଜ ଅଭିଯାନ ଘୋଷଣା ଅନୁଯାୟୀ ଅନୁଷ୍ଠାନକୁ ମିଳିଥିବା ଅନୁଦାନର ଡବଲ୍ ଅର୍ଥ ସରକାର ଯୋଗାଇ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

 Mo College Campaign CM Naveen Releases Rs 1.5 Crore Matching Grant

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ 5T ଅଭିଯାନରେ ୪୦ଟି କଲେଜର ରୂପାନ୍ତରଣ କରାଯିବ । ଏଥିରେ କ୍ୟାମ୍ପସକୁ ସୁନ୍ଦର କରିବା ସହ ଶ୍ରେଣୀଗୃହର ବିକାଶ କରାଯାଇ ଉନ୍ନତ ଶିକ୍ଷାଦାନ କରାଯିବ । ୟୁଜି ଓ ପିଜିର ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଦ୍ୟାଳୟ ରୂପାନ୍ତିକରଣର ସଫଳତା ଉଚ୍ଚ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି ବିକାଶ ପାଇଁ ପ୍ରେରଣା ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୦୭୦ଟି ସ୍କୁଲର ରୂପାନ୍ତରଣ ସରକାର କରୁଛନ୍ତି । ଯାହାକି ନଭେମ୍ବର ୧୪ ସୁଦ୍ଧା ସରିବ । ଗତ କିଛି ମାସ ମଧ୍ୟରେ ୫୦ଟି ସ୍କୁଲର ରୂପାନ୍ତିକରଣ ଗଞ୍ଜାମ ଜିଲ୍ଲାର ହିଞ୍ଜଳିରେ ସରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଲେଜ ଜୀବନ କଥା ମନେ ପକାଇଛନ୍ତି । କହିଛନ୍ତି- କଲେଜ ଛାତ୍ର ସମୟ, ଜୀବନର ସ୍ୱର୍ଣ୍ଣିମ ମୁହୂର୍ତ୍ତ । ଉକ୍ତ ସମୟ ସ୍ୱପ୍ନ, ସଂଘର୍ଷ ଓ ସମ୍ଭାବନାର ।

 Mo College Campaign CM Naveen Releases Rs 1.5 Crore Matching Grant

ମୋ କଲେଜ ଅଭିଯାନ ମାଧ୍ୟମରେ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଦାନ କରିଥିବା ଦାତାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଏଭଳି ପଦକ୍ଷେପ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି ନବୀନ । କାର୍ଯ୍ୟକ୍ରମରେ ଭାଗ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ମୋ କଲେଜ ଅଭିଯାନ ଶିକ୍ଷାନୁଷ୍ଠାନକୁ ନୂଆ ସ୍ତରରେ ପହଞ୍ଚାଇବ ।

Leave a Reply