ମୋ ବସ୍‌ ଗଡ଼ିବାକୁ ନେଇ ସରକାର ଦେଲେ ସବୁଜ ସଙ୍କେତ, ଆସନ୍ତାକାଲି ଠାରୁ ଗଡ଼ିବ ମୋ ବସ୍‌

1 min read

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଗଡ଼ିବ ମୋ ବସ୍‌ । ଲକ୍‌ଡାଉନ ପରେ ପୁଣି ଆରମ୍ଭ ହୋଇଛି ମୋ ବସ୍‌ ସେବା । ୮ଟି ରୁଟ୍‌ରେ ଚାଲିବ ମୋ ବସ୍‌ । ନନ୍‌ ଏସି ବସ୍ ଏହି ୮ଟି ରୁଟରେ ଯିବାଆସିବା କରିବ । ରୁଟ୍‌ ନମ୍ବର ଗୁଡ଼ିକ ହେଉଛି- ୧୧, ୧୬, ୧୮, ୨୦, ୨୩, ୨୫, ୨୭, ୩୩ । ଏହି ସବୁ ରୁଟ୍‌ରେ ସକାଳ ୭ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତି ଚାଲିବ ମୋ ବସ୍‌ । ତେବେ ମୋ ବସ୍‌ ପରିଚାଳନା ସଂସ୍ଥା CRUT ପକ୍ଷରୁ ସୂଚନା ଦିଆଯାଇଛି ।

ଅଗଷ୍ଟ ମାସରେ ଶେଷ ଦୁଇ ଦିନ ବସ୍ ଚଳାଚଳ ବନ୍ଦ ରହିବ । ଶନି ଏବଂ ରବିବାର ଗଡ଼ିବନି ବସ୍‌ । ତେବେ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ରାଜଧାନୀରେ ଅଟକିଥିଲା ମୋ ବସ୍‌ ସେବା । ତେବେ ଅନଲକ୍‌ ୩ ପରେ ସରକାର ମୋ ବସ୍‌ ଚଳାଚଳକୁ ନେଇ ସବୁଜ ସଙ୍କେତ ଦେଇଛନ୍ତି । କିନ୍ତୁ ପୂର୍ବଭଳି ମୋ ବସ୍‌ରେ ଗଲାବେଳେ କୋଭିଡ ଗାଇଡଲାଇନକୁ ଅନୂସରଣ କରିବାରକୁ ନିର୍ଦ୍ଦଶ ଦିଆଯାଇଛି ।

Leave a Reply