ପୁରୀ ବାସୀଙ୍କ ପାଇଁ ଖୁସି ଖବର, ଆଜିଠୁ ପୁରୀରେ ଦୁଇଟି ରୁଟରେ ଚାଲିବ ’ମୋ ବସ୍’
1 min readପୁରୀ: ପୁରୀ ବାସୀଙ୍କ ପାଇଁ ଖୁସିଖବର । ଆଜିଠୁ ଶ୍ରୀକ୍ଷେତ୍ରରେ ଗଡ଼ିବ ’ମୋ ବସ୍’ । ପୁରୀ ସହରବାସୀ ଏବଂ ପର୍ଯ୍ୟଟକଙ୍କୁ ସୁବିଧାରେ ଯାତାୟତ ସେବା ଯୋଗାଇବାକୁ ସହର ମଧ୍ୟରେ ମୋ ବସ୍ ସେବା ଆରମ୍ଭ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ସହର ମଧ୍ୟରେ ଦୁଇଟି ରୁଟରେ ମୋ ବସ୍ ଚଳାଚଳ କରିବ । ବଳିଆପଣ୍ଡା ରୋଡ୍ ଓ ଷ୍ଟେସନକୁ ସଂଯୋଗ କରିବ ମୋ ବସ୍ । ଆଗକୁ ରୁଟ୍ ସଂଖ୍ୟା ବଢାଯିବା ସହ ଅନ୍ୟ ସହରରୁ ବି ପୁରୀକୁ ସିଧାସଳଖ ’ମୋ ବସ’ ଚଳାଚଳ କରାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।
Intra-city #MoBus rides in #Puri starting at just Rs 5/-. Now commute to your favourite places without worry.
ପୁରୀରେ ମୋ ବସ୍ର ଟିକେଟ ମୂଲ୍ୟ ମାତ୍ର ୫ଟଙ୍କାରୁ ଆରମ୍ଭ। ବର୍ତ୍ତମାନ ଆପଣ ପୁରୀ ସହରରେ ମୋ ବସ୍ ବ୍ୟବହାର କରି ସହଜରେ ଯାତାୟତ କରିପାରିବେ। #MoBusForBetterYou #PuriDham#MoBusInPuri pic.twitter.com/490zu27O0V
— Capital Region Urban Transport (@CRUT_BBSR) March 31, 2022
ତେବେ ବର୍ତ୍ତମାନ ପୁରୀ ସହର ମଧ୍ୟରେ ଯେଉଁ ଦୁଇଟି ରୁଟରେ ବସ୍ ଚାଲିବ ତାହାର ଟାଇମିଂ ସୋସିଆଲ ମିଡିଆ ଓ ଅଫିସିଆଲ ଓ୍ବେବସାଇଟ ମାଧ୍ୟମରେ ଅବଗତ କରାଯିବ । ପୂବର୍ରୁ ଭୁବନେଶ୍ୱରରୁ ପୁରୀକୁ ୬ଟି ମୋ ବସ୍ ଯାତାୟତ କରୁଥିଲା । ତେବେ ବର୍ତ୍ତମାନ ପୁରୀ ସହର ମଧ୍ୟରେ ଯାତ୍ରୀଙ୍କୁ ସେବା ଯୋଗାଇବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।