ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ଭୁବନେଶ୍ୱରରୁ ବାରବାଟୀକୁ ସ୍ୱତନ୍ତ୍ର ବସ୍ ସେବା
1 min read
ଭୁବନେଶ୍ୱର: ବାରବାଟୀ ଦିନିକିଆ ପାଇଁ ମୋ ବସ୍ ସେବା । କ୍ରୁଟ୍ ପକ୍ଷରୁ ଭୁବନେଶ୍ୱରରୁ ବାରବାଟୀକୁ ସ୍ୱତନ୍ତ୍ର ବସ୍ ସେବା ଯାଗୋଇ ଦିଆଯାଇଛି । ମୋଟ ୨୦ଟି ବସ୍ ଦର୍ଶକଙ୍କୁ ବାରବାଟୀ ଷ୍ଟାଡିୟମ ନେବା ପାଇଁ ନିୟୋଜିତ ହୋଇଛି । ବରମୁଣ୍ଡାରୁ ୧୦ଟି ଓ ମାଷ୍ଟର କ୍ୟାଣ୍ଟିନରୁ ୧୦ଟି ଲେଖାଏ ବସ୍ ବାରବାଟୀ ଯାଉଛି ।ମ୍ୟାଚ୍ ସରିବା ପରେ ବସ୍ ରାତିରେ ବାରବାଟୀ ଷ୍ଟାଡିୟମ୍ ନିକଟରୁ ଦର୍ଶକଙ୍କୁ ଭୁବନେଶ୍ୱର ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ୧୦ଟି ବସକୁ ରିଜର୍ଭ ରଖାଯାଇଛି । ଆବଶ୍ୟକସ୍ଥଳେ ବସକୁ ବ୍ୟବହାର କରାଯିବ । ବସ୍ ଦର୍ଶକଙ୍କୁ ଷ୍ଟାଡିୟମର ୯୦୦ ମିଟର ଦୂରରେ ଛାଡ଼ିବ ।
ଏନେଇ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋର୍ଥାଙ୍କ ସୂଚନା ଦେଇଛନ୍ତି । ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରୁ ବାରବାଟୀ ଷ୍ଟାଡିୟମ ଭଡ଼ା ରହିଛି ୩୦ ଟଙ୍କା । ଏଥିସହ କ୍ରିକେଟପ୍ରେମୀଙ୍କ ପାଇଁ ସେଲ୍ଫି ଜୋନ୍ କରାଯାଇଛି ।
Cricket ? fans cheering for #MoTeamIndia in?? ODI special #Mobus?.#barabatistadium?️. #BarabatiODI #INDvsWI #mobusforbetteryou @MOBBY_MoBus #mobby @BCCI #TeamIndia pic.twitter.com/XrEGmyam2J
— Capital Region Urban Transport (@CRUT_BBSR) December 22, 2019