ସହରାଞ୍ଚଳରେ ଶ୍ରେଷ୍ଠ ବସ୍ ଭାବେ ‘ମୋ ବସ୍’ ପୁରସ୍କୃତ

1 min read

ଭୁବନେଶ୍ୱର: ଶ୍ରେଷ୍ଠ ସହରାଞ୍ଚଳ ବସ୍‌ ସେବା ପାଇଁ ମୋ ବସ୍‌କୁ ମିଳିଛି ପୁରସ୍କାର । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସହରାଞ୍ଚଳ ବିକାଶ ମନ୍ତ୍ର।ଳୟ ତରଫରୁ ରବିବାର ଦିନ ଆୟୋଜିତ ଅର୍ବାନ୍‌ ମୋବିଲିଟି ଇଣ୍ଡିଆ କାର୍ଯ୍ୟକ୍ରମରେ ଏହି ପୁରସ୍କାର ମିଳିଛି ।  କାର୍ଯ୍ୟକ୍ରମରେ ମୁମ୍ବାଇ ସିଟି ବସ୍‌ ସଂସ୍ଥାର ଜେନେରାଲ ମ୍ୟାନେଜର ସୁରେନ୍ଦ୍ର ବାଗଡେ ଓଡ଼ିଶାର ମୋ ବସ୍‌ ସେବାକୁ ପ୍ରଶଂସା କରିଥିଲେ ।

୨୦୧୮ ନଭେମ୍ବର ୬ ତାରିଖରେ ମୋ ବସ୍‌ ସେବା ରାଜଧାନୀରେ ପ୍ରଥମ କରି ଆରମ୍ଭ ହୋଇଥିଲା । ଏହା ପ୍ରଥମେ ଭୁବନେଶ୍ୱରରୁ କଟକ ଗସ୍ତ କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ବସ୍‌ ସେବା ଆଜି ପ୍ରଥମ ଲୋକପ୍ରୀୟ ସେବା ହୋଇପାରିଛି । ଆଜି ରାଜ୍ୟର ପ୍ରମୁଖ ସହର ଭୁବନେଶ୍ୱର, କଟକ, ପୁରୀରେ  ଦୁଇ ଶହ ବସ୍‌ ଚଳାଚଳ କରୁଛି  । ଆଗାମୀ ଦିନରେ ଏହି ବସ୍‌ ସେବାକୁ ଅଧିକ ପ୍ରସାରିତ କରାଯିବାକୁ ଲକ୍ଷ ରଖିଛନ୍ତି ଓଡ଼ିଶା ସରକାର । ')}

Leave a Reply