ପାତ୍ରପଡାରେ ମୋ ବସ ଦୁର୍ଘଟଣା : ଝିଅ ପରେ ଚାଲିଗଲା ମା’ର ଜୀବନ

ଭୁବନେଶ୍ବର: ମାଆକୁ ଡାକିନେଲା ଝିଅ । ଗତ ଶୁକ୍ରବାର ‘ମୋ ବସ୍’ ଦୁର୍ଘଟଣାରେ ଝିଅର ମୃତ୍ୟ ହୋଇଥିବା ବେଳେ ଆଜି ମାଆ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଝିଛନ୍ତି । ଶେଷରେ ‘ମୋ ବସ’ ମାଆ ଏବଂ ଝିଅଙ୍କର ମିଶି ଦୁଇଜଣଙ୍କର ଜୀବନ ନେଇଗଲା । ଗତ ଶୁକ୍ରବାର ଦିନ ପାତ୍ରପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ଗୋଟିଏ ସ୍କୁଟିକୁ ‘ମୋ ବସ’ ପ୍ରାୟ ଅଧବାଟ ଘୋଷାଡି ନେଇଥିଲା । ସେହି ସମୟର ଦୃଶ୍ୟ ଦେଖିଲେ ଛାତି ଥରିଉଠିବ । ତେବେ ମୃତକ ଫୁଳବାଣୀର ମୂଳବାସିନ୍ଦା ହୋଇଥିବା ବେଳେ ଭୁବନେଶ୍ବରରେ ବସବାସ କରୁଥିଲେ ।

ଗତ ଶୁକ୍ରବାର ଭୁବନେଶ୍ଵର ପାତ୍ରପଡ଼ାରେ ହୋଇଥିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । ସେଦିନ ଯେଉଁ ଯୁବତୀଙ୍କ ମୃତ୍ୟୁ ହୋଇଥିଲା, ଏବେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି । ମୃତକ ହେଲେ ଫୁଲବାଣୀର ରାଜକୁମାରୀ ପ୍ରଧାନ । ଶୁକ୍ରବାର ଦିନ ଗୋଟିଏ ସ୍କୁଟିକୁ ଘୋଷାଡ଼ି ନେଇଥିଲା ମୋ ବସ୍ ।  ଅଧ କିଲୋମିଟର ଧରି ସ୍କୁଟିକୁ ଭିଡ଼ିନେଇଥିଲା ‘ମୋ ବସ’ । ଲୋକେ ପାଟି କରିବା ସତ୍ତ୍ଵେ ଡ୍ରାଇଭର୍ ବସକୁ ଅଟକାଇ ନଥିଲେ । ସେଦିନ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ତାଙ୍କ ମାଆ ବି ଚାଲି ଯାଇଥିବାର ଖବର ଆସିଛି।