ନନ୍ଦିଘୋଷ ଟିଭି କାର୍ଯ୍ୟାଳୟରେ ଶିଶୁ ସାହିତ୍ୟ ପତ୍ରିକା ‘ମୋ ଆଶା’ ଉନ୍ମୋଚିତ

1 min read

ନ୍ନଦିଘୋଷ ବ୍ୟୁରୋ: ଶିଶୁ ସାହିତ୍ୟ ପତ୍ରିକା ମୋ ଆଶା ଉନ୍ମୋଚିତ  । ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ରଙ୍କ ଦ୍ୱାରା ନନ୍ଦିଘୋଷ ଟିଭି କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଛି  ଶିଶୁ କିଶୋର ପତ୍ରିକା । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ପବିତ୍ର ଜନ୍ମାଷ୍ଟମୀରେ ତ୍ରୟମାସିକ ପତ୍ରିକାକୁ ଉନ୍ମୋଚନ କରିଥିବାରୁ ଖୁସିବ୍ୟକ୍ତ କରିଛନ୍ତି ପତ୍ରିକାର ସମ୍ପାଦକ ସୁମନ୍ତ ମହାରଣା  । ସୁମନ୍ତ ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ ଶିଶୁଙ୍କ ମଧ୍ୟରେ ଆଇ-ମା କାହାଣୀ, ଅନେକ ଚେତନାଧର୍ମୀ ଗଳ୍ପ ଏବଂ ଓଡିଆ ଆତ୍ମୀୟତାକୁ ଭରିବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି  ।

ଆଧିୁନିକ ସମାଜରେ ଶିଶୁ ସାହିତ୍ୟ ପତ୍ରିକା ଲୋପ ପାଇବାକୁ ବସିଛି  । ଡିଜିଟାଲ ଦୁନିଆରେ ବର୍ତ୍ତମାନର ଯୁବ ପିଢୀ ବ୍ୟସ୍ତ  । ଶିଶୁ ସାହିତ୍ୟ ପତ୍ରିକା ବର୍ତ୍ତମାନର ସମୟରେ ନିଖୋଜ  । କିନ୍ତୁ ନିମାପଡ଼ା ଭଳି ଏକ ଅଞ୍ଚଳରେ ଶିଶୁ ସାହିତ୍ୟ ପତ୍ରିକାକୁ ବଞ୍ଚାଇ ରଖିଛନ୍ତି ସମୁନ୍ତ ମହାରଣା । ସୁମନ୍ତଙ୍କର  ଓଡ଼ିଆ ସାହିତ୍ୟ ପ୍ରତି ଥିବା ଅନୁରାଗକୁ ପ୍ରଶଂସା କରିଛନ୍ତି ନନ୍ଦିଘୋଷ ଡିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର  । ସୁମନ୍ତ ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବାବେଳେ ସାହିତ୍ୟ ଭଳି ଏକ ଦୁସାଧ୍ୟ କାର୍ଯ୍ୟକୁ ୨୦୦୫ ମସିହାରୁ ବଞ୍ଚାଇ ରଖିଛନ୍ତି  । ବିଶେଷକରି ପବିତ୍ର ଜନ୍ମାଷ୍ଟମୀରେ ପ୍ରଭୁ କୃଷ୍ଷଙ୍କ ଲୀଳାଖେଳାକୁ ମୋ ଆଶାରେ ସ୍ଥାନିତ କରାଯାଇଥିବାରୁ ଖୁସି ବ୍ୟକ୍ତି କରିଛନ୍ତି  ନନ୍ଦିଘୋଷ ଡିଭି ମୁଖ୍ୟ ସମ୍ପାଦକ  ।

ପତ୍ରିକାର ପ୍ରଛଦ ପଟ୍ଟ ବେଶ୍ ଆକର୍ଷଣୀୟ ହୋଇଛି  । ପ୍ରଭୁ ଶ୍ରୀକୃଷ୍ଣ କିପରି ମାଆ ଯଶୋଦାଙ୍କ ପାଖରେ ଅଳି ଅଝଟ କରୁଛନ୍ତି ତାହା ଏଥିରେ ଚିତ୍ରିତ  । ମୋ ଆଶାର ଏହି ଉନ୍ମୋଚନ ଅବସରରେ ଉପସ୍ଥିତ ରହିଥିଲେ ନନ୍ଦିଘୋଷ ଟିଭି ଇନପୁଟ୍ ଏଡିଟର ଅଜିତ ଦାସ, ଆଉଟପୁଟ୍ ଏଡିଟର ରଙ୍ଗାଧର ପଣ୍ଡା, ପାର୍ଥ ସାରଥୀ ଦାସ, ଉପସ୍ଥାପକ ଅବିନାଶ ମହାପାତ୍ର ଏବଂ ଯୁବ ବିକାଶ ପରିଷଦ ନିମାପଡ଼ାର ସଭାପତି ନିରଞ୍ଜନ ସାହୁ, ଶିକ୍ଷକ ବ୍ରହ୍ମାନନ୍ଦ ସାହୁ  ।