ନନ୍ଦିଘୋଷ ବ୍ୟୁରୋ: MNREGA ପରିବର୍ତ୍ତନକୁ ଆଜି ବି ଜୋରଦାର ବିରୋଧ କରାଯାଇଛି। ପାର୍ଲାମେଣ୍ଟ ପରିସରରେ ବିରୋଧୀ ଦଳର ସାଂସଦମାନେ ଜୋରଦାର ପ୍ରତିବାଦ କରିଛନ୍ତି। ଏଥିରେ ନିଜେ ସାମିଲ ହୋଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଂସଦ ତଥା ୟୁପିଏ ଅଧ୍ଯକ୍ଷା ସୋନିଆ ଗାନ୍ଧି। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାଁରେ ହୋଇଥିବା ଯୋଜନାର ପରିବର୍ତ୍ତନକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ସେମାନେ। କଂଗ୍ରେସ ଅଭିଯୋଗ କରିଛନ୍ତି, ଏହା ହେଉଛି ମହାତ୍ମା ଗାନ୍ଧିଙ୍କୁ ଦ୍ଵିତୀୟ ଥର ହତ୍ୟା କରିବା ଭଳି କଥା। ଦୁଇ ଦଶନ୍ଧି ଧରି ଚାଲି ଆସିଥିବା ମହାତ୍ମା ଗାନ୍ଧି ନିଶ୍ଚିତ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ବା ଏମଜିଏନଆରଇଜିଏକୁ ବଦଳାଇବାକୁ କେନ୍ଦ୍ର ସରକାର ସଂସଦରେ ଆଗତ କରିଛନ୍ତି। ନୂଆ ନାମ ହେବ ରୋଜଗାର ଓ ଆଜୀବିକା ମିଶନ ଲାଗି ବିକଶିତ ଭାରତ ଗ୍ୟାରେଣ୍ଟି ବା ଭିବି-ଜି-ରାମ ଜି। ଏହା ଏକ ବିରାଟ ଷଡ଼ଯନ୍ତ୍ର ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

