ଖାରଜ ହେଲା ନବାବ ମଲ୍ଲିକ ଏବଂ ଅନିଲ ଦେଶମୁଖଙ୍କ ଯାଚିକ

ମୁମ୍ବାଇ: ୨୦ ଜୁନରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନରେ ଭୋଟ ଦେଇପାରିବେନି ନବାବ ମଲ୍ଲିକ ଓ ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ବମ୍ବେ ହାଇକୋର୍ଟ ପକ୍ଷରୁ ଖାରଚ କରାଯାଇଛି ଉଭୟଙ୍କ ଯାଚିକା । ମହାରାଷ୍ଟ୍ରର ମହାବିକାଶ ଅଘାଡୀ ସରକାରର ଏହି ଦୁଇମନ୍ତ୍ରୀଙ୍କୁ ଦେଇନାହାନ୍ତି ଭୋଟ୍ ଅନୁମତି । ଜେଲରେ ବନ୍ଦିଥିବା ଏହି ଦୁଇ ନେତା ରାଜ୍ୟସଭାର ନିର୍ବାଚନ ପରେ ଏମଏଲସି ନିର୍ବାନରେ ମଧ୍ୟ ଆଉ ଭୋଟ ଦେଇ ପାରିବେନି ।

ଜଷ୍ଟିସ୍ ଏମଜେ ଜମାଦାରଙ୍କ ଦ୍ବାରା ଦେଶମୁଖ ଏକ ନୂଆ ଯାଚିକା ଆବେଦନ କରିଥିଲେ, ପୋଲିସ ସୁରକ୍ଷା ମଧ୍ୟରେ ତାଙ୍କୁ ଭୋଟ ଦାନ ପାଇଁ ମଞ୍ଜୁର ଦିଆଯାଉ । ହେଲେ ବମ୍ବେ ହାଇକୋର୍ଟ ଏହି ଯାଚିକା  ଆବେଦନକୁ ଖାରଜ କରିଛନ୍ତି ।

ସେପଟେ ଓକିଲ ଇନ୍ଦ୍ରପାଲ ସିଂହ କହିଛନ୍ତି କି ସେ କୋର୍ଟର ଶୁଣାଣି ଆସିବା ପରେ ହିଁ ପ୍ରତିକ୍ରିୟା ରଖିବି । ପ୍ରଥମେ ରାଜ୍ୟସଭା ନିର୍ବାଚନରେ ଭୋର୍ଟ ଅଧିକାର ନଦିଆଯିବାରୁ ପୁନର୍ବାର ଅନିଲ ଦେଶମୁଖ ଓ ନବାବ ମଲ୍ଲିକ ବିଧାନ ପରିଷଦ ନିର୍ବାଚନରେ ଭୋଟ ଅଧିକାର ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ପୁଣି ଥରେ ଭୋଟ ଦାନର ଯାଚିକାକୁ ଖାରଜ କରିଦେଇଛନ୍ତି ବମ୍ବେ ହାଇକୋର୍ଟ ।