ଖଣ୍ଡପଡ଼ା ଭୋଟରଙ୍କ ଅଭିଯୋଗ, ଭୋଟ ପରେ ଭୁଲିଗଲେ ବିଧାୟକ

ନୟାଗଡ଼ : ଖଣ୍ଡପଡ଼ାବାସୀଙ୍କୁ ଆଡ଼ ଆଖିରେ ଚାହୁଁନାହାନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟରଞ୍ଜନ ନିର୍ବାଚନ ଜିତିବା ପରେ ଖଣ୍ଡପଡ଼ାର ରାସ୍ତା ଓ ବିକାଶ କଥା ଭୁଲିଯାଇଛନ୍ତି  । କରୋନା ଓ ବନ୍ୟା ସମୟରେ ବି ଜନତାଙ୍କ ପାଖକୁ ଯାଇନାହାନ୍ତି  । ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ଗୋଟିଏ ବି ପ୍ରସ୍ତାବ ଦେଇନାହାନ୍ତି। ବିଧାୟକଙ୍କର ଏଭଳି ଆଚରଣକୁ ନେଇ ଖଣ୍ଡପଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି  । ଶିଖରପୁର ପଞ୍ଚାଚାୟତ ବାସୀଙ୍କ ଅଭିଯୋଗ ଅନୁସାରେ । କିଛି ଚୋର, ଟାଉଟରଙ୍କୁ ଧରି ଶାସନ ଚଳାଇବାକୁ ଚାହୁଁଛନ୍ତି ସୌମ୍ୟ ରଞ୍ଜନ । ଆମେ ତାଙ୍କୁ ଭୋଟ ଦେଇ ଭୁଲ କରିଛୁ ବୋଲି ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ, ଓ୍ବାର୍ଡ ମେମ୍ବର କହିଛନ୍ତି । ସୌମ୍ୟଙ୍କୁ ତାଳଗଛ ସହ ତୁଳନା କରିଛନ୍ତି ଜନସାଧାରଣ  ।

ଲୋକ କହିଛନ୍ତି ସୌମ୍ୟଙ୍କୁ ବରଗଛ ଭାବି ଆଶ୍ରୟ ନେବାକୁ ଭୋଟ୍ ଦେଇଥିଲୁ ହେଲେ ସେ ଏକ ତାଳଗଛ ବୋଲି ପରେ ଜାଣିବାକୁ ପାଇଲୁ  । କାରଣ ନିର୍ବାଚନ ପରଠାରୁ ସୌମ୍ୟ ପଟ୍ଟନାୟକଙ୍କୁ ଦେଖିବାକୁ ପାଇଲୁ ନାହିଁ । ଲୋକଙ୍କ ସୁଖ ଦୁଃଖରେ ଛିଡ଼ାହେବା ପଇଁ ଭୋଟ ଦେଇ ନିର୍ବାଚିତ କରିତିଥିଲୁ କିନ୍ତୁ ଆଜି ସବୁ କେମିତି ଭୁଲ ହୋଇଗଲା ।