ପଦମପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି, ସମର୍ଥନ ଜଣାଇଲା ବିଜେଡି

ବରଗଡ଼: ପଦମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ନେଇ ଚାଲିଥିବା ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ । ଭୌଗୋଳିକ ଦୃଷ୍ଟିରୁ ପଦମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ପୂର୍ବରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ ସକାରାତ୍ମକ ପ୍ରତିଶ୍ରୁତି ଦେଇଛନ୍ତି । ଅତୀତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ରାଜ୍ୟରେ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରିଥିଲେ । ଆଗାମୀ ଦିନରେ ମଧ୍ୟ ରାଜ୍ୟ ସରକାର ଜିଲ୍ଲା ସଂଖ୍ୟା ବୃଦ୍ଧି କରିବା ନେଇ ଚିନ୍ତା କଲେ, ପଦମପୁର ନିଶ୍ଚିତ ଭାବେ ତାଲିକାଭୁକ୍ତ ହେବ ବୋଲି କହିଛନ୍ତି ସୁଶାନ୍ତ ସିଂହ ।