କଂଗ୍ରେସରୁ ନିଲମ୍ବିତ ହେଲେ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ

ଭୁବନେଶ୍ବର : କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ । ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । କଂଗ୍ରେସ ଟିକେଟରୁ ଲଢ଼ିବେନି ବୋଲି ଗଣମାଧ୍ୟମରେ ଦେଇଥିଲେ ବିବୃତି । କାରଣଦର୍ଶାଅ ନୋଟିସ ଜାରି କରିଥିଲା ଦଳ । ଜବାବ ନଦେବାରୁ ନିଆଗଲା କାର୍ଯ୍ୟାନୁଷ୍ଠାନ । ସେପଟେ ଘଟଣାକୁ ନେଇ ମନ୍ମଥ କହିଛନ୍ତି ମୁଁ ପ୍ରଥମେ ଗୋଟେ ଦଳର ବ୍ୟକ୍ତି ହୋଇପାରିବି ନାହିଁ । ଭଲକି ନବୁଝିକି ମୋ ନାଁ ଦେଇଦେଇଥିଲେ କି କଣ, ତ ସେଇଟା ଭୁଲ । ସେମାନେ ଭାବିବାର ଥିଲା ଯେ ମୁଁ ସରକାରୀ ଚାକିରିରେ ଅଛି ପ୍ରାର୍ଥି ହୋଇପାରିବ ନାହିଁ । ଦଳ ପ୍ରଥମେ ଭୁଲ କରିଛି ମୋ ନାଁକୁ ସ୍ଥାନଦେଇକି ଲିଷ୍ଟରେ । ତା ଉପରେ ଆଉ ଏକ ଭୁଲ ମୋତେ ସସପେଣ୍ଟ କରିକି । ଅନ୍ୟପଟେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଉପରେ । ସେ କହିଛନ୍ତି ସନ୍ତୋଷ ସିଂ ସାଲୁଜାଙ୍କୁ ମୁଁ ସମ୍ମାନ ଜଣାଏ କିନ୍ତୁ କିଛି ନ ବୁଝି ନ ଭାବି ମୋତେ ୨୪ ଘଣ୍ଟାର ସମୟ ଦେବା । କାରଣ ମୁଁ ଦଳରେ ନଥିଲି ମୁଁ କି ଉତ୍ତର ଦେବି ।

ମୁଁ ତ କହିଛି ଯେବେ ମୋର ଚାକିରି କାଳ ଶେଷ ହେବ ମୁଁ ନିଶ୍ଚିତ ଯେ କୌଣସି ଦଳରେ ସାମିଲ ହେବି । କିଛି ଦିନ ପୂର୍ବରୁ ମନ୍ମଥ କହିଥିଲେ କଂଗ୍ରେସରୁ ଲଢିବେନି । ୨୦୨୪ରେ ସେ କଂଗ୍ରେସ ନୁହେଁ ବରଂ ଅନ୍ୟ କେଉଁ ଦଳରୁ ଲଢିବେ ବୋଲି କହିଥିଲେ । ସଫଳ ହେଉ କି ବିଫଳ, ଅନ୍ୟ ଦଳରୁ ଲଢିବି ବୋଲି ମନ୍ମଥ କହିଥିଲେ । ସେ କହିଛନ୍ତି, ମୁଁ କେବେ ବି କହିନାହିଁ କଂଗ୍ରେସରୁ ଲଢିବା ପାଇଁ  । ବାପା ଯାହା କହିଛନ୍ତି ତାହା ତାଙ୍କ ନିଜସ୍ବ ମତ । ଜଟଣୀ ଛଡ଼ା ଆଉ କେଉଁ ଆସନରୁ ଲଢିବି ନାହିଁ  । କେଉଁ ଦଳରୁ ଲଢିବି ସେନେଇ ଆସନ୍ତା ଅକ୍ଟୋବର ମାସରେ ଜଣାଇବି ।