spot_img

Latest Posts

ଧାରଣାରେ ବସିଲେ ଦେବଗଡ ବିଧାୟକ

ଦେବଗଡ: ଧାରଣାରେ ଦେବଗଡ ବିଧାୟକ । ଦେବଗଡ଼ ବାରକୋଟ ବ୍ଲକ ବିଦେଇବଡ଼କୁଦର ଟୋଲ ପ୍ଲାଜାରେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଧାରଣା। ସ୍ଥାନୀୟ ଯାନବାହନ ଉପରେ ଟୋଲ ଟ୍ୟାକ୍ସ ଛାଡ଼ ଓ ସ୍ଥାନୀୟ ଯୁବକଙ୍କୁ ୮୦ ପ୍ରତିଶତ ନିଯୁକ୍ତି ଦାବିରେ ଧାରଣା ଦେଇଛନ୍ତି ବିଧାୟକ। ବିଦେଇବଡ଼କୁଦର ଟୋଲ ପ୍ଲାଜାରେ ଦୀର୍ଘ ବର୍ଷ ଧରି ସ୍ଥାନୀୟ ଯାନବାହାନ ଉପରୁ ଟ୍ୟାକ୍ସ ଆଦାୟ କରାଯାଉ ନଥିଲା। ହେଲେ ନିର୍ବାଚନ ପରେ ସ୍ଥାନୀୟ ଜିଲ୍ଲାପାଳଙ୍କ ବଦଳି ପରେ ଗତ ପ୍ରାୟ ଏକ ସପ୍ତାହରୁ ଟୋଲ ପ୍ଲାଜାରୁ ପୁଣି ଥରେ ଲୋକାଲ ଗାଡି ଉପରୁ ଟ୍ୟାକ୍ସ ଆଦାୟ କରଯାଉଛି । କେବଳ ଏତିକି ନୁହେଁ ରାସ୍ତା ଦେଇ ଯାଉଥିବା ଶବ ବାହାକ ଗାଡି, କିମ୍ବା ଗରିବ ଚାଷୀଙ୍କ ଉତ୍ପାଦିତ ଫସଲ ବୋଝେଇ ଗାଡିରୁ ଟୋଲ ପ୍ଲାଜା କର୍ମଚାରୀ ମାନେ ବଳ ପୂର୍ବକ ଟ୍ୟାକ୍ସ ଅସୁଲି କରୁଥିବା ଅଭିଯୋଗ ହେଉଛି।

ଖବର ପାଇବା ପରେ  ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ୪୯ ନମ୍ବର ଜାତୀୟ ରାଜପଥରେ ଧାରଣା ଦେଇଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ଠାରୁ ଟୋଲ ଟ୍ୟାକ୍ସ ଅସୁଲି ବନ୍ଦ ପାଇଁ ଏନଏଚଏଆଇ କର୍ତ୍ତୃପକ୍ଷ ପଦକ୍ଷେପ ନ ନେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରେ ଧାରଣାରେ ବସିବେ ବୋଲି କହିଛନ୍ତି ।

Latest Posts

Don't Miss