ଦଳର ରୋଲ ମଡେଲ ହେଉଛନ୍ତି ବିଧାୟକ, ସେମାନଙ୍କ ଏଭଳି ଆଚରଣ ନିନ୍ଦନୀୟ: ବିଧାୟକ ପ୍ରଣବ ପ୍ରକାଶ ଦାଶ

ଭୁବନେଶ୍ୱର: ବିଜେପି ବିଧାୟକ ସୁବାସ ପାଣିଗ୍ରହୀଙ୍କ ଆଚରଣକୁ ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେଡି ବିଧାୟକ। ବିଧାନସଭାରେ ହଟ୍ଟଗୋଲ ପରେ ବିଜେଡି ବିଧାୟକ ମାନେ ରାଜରାସ୍ତାରେ ପଦଯାତ୍ରା କହି ଯାଇଥିଲେ ରାଜଭବନକୁ। ବିଧାୟକ ନିଃସ୍ୱାର୍ଥ କ୍ଷମା ପ୍ରାର୍ଥନା ମାଗନ୍ତୁ ବୋଲି ରାଜ୍ୟ ପାଳଙ୍କୁ ଜଣାଇଛନ୍ତି ବିଧାୟକ ମାନେ। ସେପଟେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ କହିଛନ୍ତି ବିଜେପି କ୍ଷମା ପାର୍ଥନା କରୁ। କୋଭିଡ ସମୟରେ ଏଭଳି ଏକ ପଦକ୍ଷେପ ସାରା ଓଡ଼ିଶା ପାଇଁ ଏକ ଖରାପ ମାର୍ଗଦର୍ଶନ ଦେଇଛନ୍ତି ବିଧାୟକ।

ଏବେ ସମସ୍ତଙ୍କ ଘରେ କରୋନା ପାଇଁ ସାନିଟାଇଜର ରହିଛି। ତେବେ ସାନିଟାଇଜର ପି ଏଭଳି ସମୟରେ ସାହାଯ୍ୟ କରୁଥିବା ସାନିଟାଇଜରକୁ ଭୁଲ ପ୍ରମାଣିତ ନକରୁନ୍ତୁ ବୋଲି ବିଧାୟକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାୟକ ମାନେ ହେଉଛନ୍ତି ଗୋଟେ ଦଳର ରୋଲ ମଡ଼େଲ। ସେମାନେ ଏଭଳି ପଦକ୍ଷେପ ନେବା ଏକ ବହୁତ ବଡ଼ ନିନ୍ଦନୀୟ ଘଟଣା। ଗଣତନ୍ତ୍ରର ମନ୍ଦିର ହେଉଛି ବିଧାନସଭା ଗୃହ। ସେଠାରେ ଏଭଳି କରିବା ଠିକ ନୁହେଁ। ଏହା ରାଜନୖତିକ ନା ବ୍ୟକ୍ତିଗତ ତାହା ସମସ୍ତଙ୍କ ସାମ୍ନାରେ ମତ ରଖନ୍ତୁ ବୋଲି କହିଛନ୍ତି ବିଧାୟକ।

ଗତକାଲି ଅଲପାର୍ଟି ମିଟିଂରେ ମଧ୍ୟ କିଛି ନିର୍ଯ୍ୟାସ ବାହାରି ପାରିନଥିଲା। ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବିଧାୟକ ଏବଂ ବିଜେପି ଷ୍ଟେଟ ୟୁନିଟ ଯେଉଁ କାର୍ଯ୍ୟ କରିଛି ତାହାର ଷ୍ଟାଣ୍ଡକୁ କ୍ଲିୟର କରୁ ବୋଲି କୁହାଯାଇଥିଲା। କିନ୍ତୁ ବିଜେପି ଏହା କରିନଥିଲା। ସେଥିପାଇଁ ଆଜି ଆମେ ରାଜ୍ୟପାଳଙ୍କୁ ଭେଟିଥିଲୁ ବୋଲି କହିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାଶ। ଗୃହର ସମ୍ମାନ ରଖିବା ହେଉଛି ପ୍ରତ୍ୟେକ ବିଧାୟକଙ୍କର ପ୍ରଥମ କର୍ତ୍ତବ୍ୟ। କିନ୍ତୁ ଏହି କର୍ତ୍ତବ୍ୟକୁ ଭୁଲି ଯାଇଛନ୍ତି ବିଜେପି ବିଧାୟକ। ସେପଟେ ଚାଷୀଙ୍କ ପ୍ରସଙ୍ଗରେ ମଧ୍ୟ କହିଛନ୍ତି ପ୍ରଣବ। ଆମେ ବାରମ୍ବାର କେନ୍ଦମନ୍ତ୍ରୀଙ୍କୁ ଦେଖା କଲା ସତ୍ତ୍ୱେ ମଧ୍ୟ କୌଣସି ପ୍ରକାରର ସହଯୋଗ ଏପର୍ଯ୍ୟନ୍ତ ମିଳିପାରିଲା ନାହିଁ।

 

Leave a Reply