ଏକପାଖିଆ ଭାବେ ସରିଲା ବିଧାନସଭାର ଜ୍ଞାନସଂସ୍କାର କାର୍ଯ୍ୟକ୍ରମ

ଭୁବନେଶ୍ବର : ଏକପାଖିଆ ଭାବେ ସରିଲା ବିଧାନସଭାରେ ନୂତନ ବିଧାୟକମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଦ୍ଵିତୀୟ ତଥା ଅନ୍ତିମ ଦିବସରେ ନୂତନ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।  ଏଥିରେ ବହୁ ସଂଖ୍ଯକ ବିଜେପି ବିଧାୟକ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଛନ୍ତି । ଉଦଯାପନୀ ଦିବସରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ । ହରିବଂଶ ଓ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଓପ୍ରଶିକ୍ଷକ ଭାବେ ବିଧାୟକ ମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶିକ୍ଷଣ ଦେଇଛନ୍ତି । ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଉଦଯାପନୀ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକବର୍ଦ୍ଧନ ସିଂଦେଓ ତଥା ବିଜେପିର ବହୁ ବିଧାୟକ ଉପସ୍ଥିତ ରହିଥିଲେ । ଏହି ପ୍ରଶିକ୍ଷଣ ବେଶ ଲାଭଦାୟୀ ହେବ ବୋଲି ବିଜେପି ବିଧାୟକମାନେ କହିଛନ୍ତି । ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ମାନେ କାର୍ଯ୍ୟକ୍ରମରେ ସାମିଲ ହୋଇ ନ ଥିବା ବେଳେ ଆଗାମୀ ଦିନରେ ବିରୋଧୀ ଦଳର ବିଧାୟକମାନଙ୍କୁ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ କରାଯିବାକୁ ଉଦ୍ୟମ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ।