ମହୁମାଛି ଆକ୍ରମଣରେ ବିଧାୟକ ଆହତ, ମେଡିକାଲରେ ଭର୍ତ୍ତି

ଆନନ୍ଦପୁର: ମହୁମାଛି ଆକ୍ରମଣରେ ବିଧାୟକ ଆହତ । ଆନନ୍ଦପୁର ବ୍ଲକ୍ ଛକଠାରେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ । ବିଧାୟକ ଭାଗିରଥୀ ସେଠୀ ଆଜି ସକାଳୁ ମର୍ଣ୍ଣିଂ ଓ୍ୱାକ କରୁଥିବା ବେଳେ ହଠାତ ମହୁମାଛି ଆକ୍ରମଣ କରିଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ରୁ ୨୫ଟି ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।