ବିଧାନସଭାରେ ଟିକା ନେଲେ ବିଧାୟକ-ପୂର୍ବତନ ବିଧାୟକ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟିକାରଣ । ସୋମବାର ମୁଖ୍ୟମନ୍ତ୍ରୀ ବିଧାନସଭା ପରିସରରେ ଟିକା ନେଇଥିବାବେଳେ ଆଜି ଅନେକ ବିଧାୟକ ଏବଂ ପୂର୍ବତନ ବିଧାୟକ ଟିକାକରଣ ପକ୍ରିୟାରେ ସାମିଲ ହୋଇଛନ୍ତି ।ସମୁଦାୟ ୨୦ ଜଣ ବିଧାୟକ ଆଜି ଟିକା ନେବେ ବୋଲି ଜଣାପଡିଛି ।

ଆଜିର ଟିକାକରଣ ପ୍ରକ୍ରିୟାରେ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ତାଙ୍କ ପତ୍ନୀ ମଧ୍ୟ ଟିକା ନେଇଛନ୍ତି । ସେହିପରି ବିଧାୟକ ନବ ଚରଣ ମାଝି, ଅରବିନ୍ଦ ଢାଲି, ଶ୍ରୀକାନ୍ତ ସାହୁ, ମୁକେଶ ମହାଲିଙ୍ଗ ମଧ୍ୟ ସାମିଲ ହୋଇଛନ୍ତି । ସେପଟେ ବଲାଙ୍ଗୀରରେ ନରସିଂହ ମିଶ୍ର, କଟକରେ ସୁବାସ ସିଂ ଓ ଦେବାଶିଷ ସାମନ୍ତରାୟ ନେଇଛନ୍ତି ଟିକା ।

ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର ମଧ୍ୟ ଟିକା ନେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ବିଧାନସଭା ପରିସରରେ ଥିବା ହସ୍ପିଟାଲରେ ଟିକା ନେଇଥିଲେ । ଏବଂ ରାଜ୍ୟବାସୀଙ୍କୁ ମଧ୍ୟ ଟିକାକରଣରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ । ସୋମବାର ଆରମ୍ଭ ହୋଇଥିବା ଭ୍ୟାକ୍ସିନ ପ୍ରକ୍ରିୟାରେ ରାଜ୍ୟର ବରିଷ୍ଠ ନାଗରିକ ମାନେ ସାମିଲ ହୋଇଥିଲେ ।

Leave a Reply