spot_img

Latest Posts

ଜନସାଧାରଣ ନୁହେଁ ଖୋଦ ବିଧାୟକ ଭାଙ୍ଗିଲେ କରୋନା କଟକଣା

ଗଞ୍ଜାମ: କରୋନା କଟକଣାକୁ ଫୁ କରିଦେଲେ ସୋରଡ଼ା ବିଧାୟକ। ଜନସାଧାରଣଙ୍କ କଥା ଛାଡ଼ନ୍ତୁ ଖୋଦ ବିଧାୟକ ହେଲେ ଅମାନିଆ। କଟକଣାକୁ ବେଖାତିର କରି ହଜାର ହଜାର ଲୋକଙ୍କ ପାଇଁ ହୋଇଛି ଭୋଜି ଭାତର ଆୟୋଜନ। ଶହ ଶହ ଲୋକେ ଏକାଠି ହୋଇ ଭୋଜି ଖାଇବାକୁ ବସିଛନ୍ତି।

ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତୁଲୁ ଗାଁର ସୋରଡ଼ା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀର ଦୃଶ୍ୟ। ପୂର୍ଣ୍ଣଚନ୍ଦ୍ର ନିଜ ବାପାଙ୍କ ଶ୍ରାଦ୍ଧ ବାର୍ଷିକିକୁ ବେଶ ଧୁମଧାମରେ ପାଳନ କରିଥିବା ଅଭିଯୋଗ ହୋଇଛି। ହଜାର ହଜାର ଲୋକଙ୍କ ପାଇଁ ଭୋଜି ଭାତ ଆୟୋଜନ କରିବା ସହିତ ଏକ ରକ୍ତଦାନ ଶିବିର ଓ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ମହାମାରୀ ସମୟରେ ଭିଡ଼ ଓ ଭୋଜିଭାତର ଆୟୋଜନ ଉପରେ କଟକଣା ଲଗାଯାଇଥିବା ବେଳେ, ବିଧାୟକଙ୍କୁ କିଏ ଅନୁମତି ପ୍ରଦାନ କଲା ତା ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା।

Latest Posts

Don't Miss