ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ

1 min read

ତାଳଚେର: ଅନୁଗୋଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପୁଣି ଏକ ଗାଡି କେହି ପୋଡି ଦେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ବିଧାୟକ ଚଢୁଥିବା ଫରଚ୍ୟୁନର ଗାଡ଼ିଟି ରାତିରେ ଭରତପୁର-ନନ୍ଦିରାସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟରେ ଥିଲା ।

ତେବେ ବିଳମ୍ବିତ ରାତିରେ ଗାଡ଼ି ନିଆଁ ଲାଗୁଥିବା ଦେଖି ସେଠାରେ ଥିବା କର୍ମଚାରୀ ନିଆଁ ଲିଭାଇ ଥିଲେ । ବିଧାୟକ ରାତିରେ ସେହି କାର୍ଯ୍ୟାଳୟରେ ମଧ୍ୟ ଥିଲେ । ତେବେ କେହି ଦୁର୍ବୃତ୍ତ ବିଧାୟକଙ୍କ ଏହି ଗାଡିକୁ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି ।

ପୂର୍ବରୁ ଅଗଷ୍ଟ ୧୯ ତାରିଖରେ ଭୁବନେଶ୍ୱର ବିଧାୟକଙ୍କ ବାସ ଭଵନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଯୋଗୁଁ ୨ ଟି କାର , ଗୋଟିଏ ମୋଟର ସାଇକେଲ ଏବଂ କିଛି ଆସବାବପତ୍ର ପୋଡି ଯାଇଥିଲା । ଏହା ପରେ ନଭେମ୍ବର ୧ ତାରିଖରେ ହାଣ୍ଡିଧୂଆଁସ୍ଥିତ ବିଧାୟକଙ୍କ ପୈତୃକ ବାସ ଭବନରେ ମଧ୍ୟ କେହି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା ।

ବିଧାୟକଙ୍କ ସହ ବ୍ୟବସାୟିକ ଶତ୍ରୁତା କିମ୍ବା ରାଜନୈତିକ ଶତ୍ରୁତା ନେଇ କେହି ଏଭଳି କରୁଥାଇ ପାରେ ବୋଲି ଅନୁମାନ କରାଯାଉଛି ।

Leave a Reply