କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଧାୟିକା ବର୍ଷା ସିଂ ବରିହାଙ୍କ କଡ଼ା ଜବାବ
1 min readଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀଙ୍କୁ ବିଧାୟିକା ବର୍ଷା ସିଂବରିହାଙ୍କ କଡ଼ା ଜବାବ । ଝାରସୁଗୁଡାରେ ନାବାଳକକୁ ଅପହରଣ ଓ ହତ୍ୟା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟକୁ ବିରୋଧ ଅବ୍ୟାହତ ରହିଛି । ପଦମପୁର ବିଧାୟିକା ବର୍ଷା ସିଂ ବରିହା ଆଜି କିଛି ବିଜେପି ଶାସିତ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଫଟୋ ଟୁଇଟରରେ ପୋଷ୍ଟ କରିବା ସହ ଧର୍ମେନ୍ଦ୍ରଙ୍କୁ ଉତ୍ତର ଦେଇଛନ୍ତି ।
ପଦମପୁର ଉପନିର୍ବାଚନ ବେଳେ ଜଣେ ମହିଳା ପ୍ରାର୍ଥୀଙ୍କୁ ବିଜେପି ଦଳ ଯେଉଁଭଳି ବ୍ୟକ୍ତିଗତ ଆକ୍ଷେପ କରୁଥିଲେ ଓ ଧର୍ମେନ୍ଦ୍ର ସେତେବେଳେ ନୀରବଦ୍ରଷ୍ଟା ସାଜିଥିଲେ ତାହା ମନେ ପକାଇଦେଇଛନ୍ତି ବର୍ଷା । ବର୍ଷା ଟୁଇଟରେ କହିଛନ୍ତି, ପଦମପୁର ନିର୍ବାଚନବେଳେ ବ୍ୟକ୍ତିଗତ ଭାବେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଆକ୍ରମଣ କରିଥିଲେ । ପଦମପୁରବାସୀ ଏହାକୁ ପସନ୍ଦ କରିନଥିଲେ । ଜବାବରେ ବିଜେପିକୁ ପଦମପୁରବାସୀ ଜବାବ ଦେଇଥିଲେ ବୋଲି କହିଛନ୍ତି ବର୍ଷା ।
.@dpradhanbjp Babu, during Padampur by-poll, Odisha BJP leaders made personal attacks on me as a woman and you kept quiet. The people of Padampur did not like it and gave your party a befitting reply in the by-pol.(1/3)
— Barsha Singh Bariha (@Barsha_bariha) March 31, 2023
ବର୍ଷା ଆହୁରି କହିଛନ୍ତି, ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଅଯଥାରେ ଅପମାନିତ କରୁଛନ୍ତି । ବିଜେପି ଶାସିତ ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ଅରାଜକତାର ସ୍ଥିତି କଣ ? ଆପଣ ଓଡ଼ିଶାର ମହିଳାଙ୍କୁ ଅପମାନିତ କଲେ ଏବେ ସାରା ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି